
ନୂଆପଡ଼ା, ୧୦ ନଭେମ୍ବର (ହି.ସ.)- ନୂଆପଡା ଉପ ନିର୍ବାଚନ ନେଇ ମୋଟ ୮ ଗୋଟି ସମ୍ବେଦନସିଲ ବୁଥକୁ ବାୟୁସେନାର ସ୍ବତନ୍ତ୍ର ହେଲିକେଟରରେ ଛାଡ଼ିବା ବ୍ୟବସ୍ଥା କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ବେଳେ ସମସ୍ତେ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି। ପ୍ରଥମରେ ହେଲିକପ୍ଟରରେ ବସିବା ଉତ୍ସାହ ଥିବାବେଳେ ମନରେ ଭୟ ମଧ୍ୟ ରହିଅଛି। କିନ୍ତୁ, ସୁରକ୍ଷା ଦାୟିତ୍ଵରେ ଜିଲ୍ଲା ପୋଲିସ ଥିବାବେଳେ ସେମାନେ ନିଶ୍ଚିତ ସୁରକ୍ଷିତ ନିର୍ବାଚନ କରି ଫେରିବାକୁ ଆହ୍ବାନ କରିଛନ୍ତି। ଆସନ୍ତାକାଲି ସକାଳ ୭ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିର୍ବାଚନ ହେବ। ଅପରାହ୍ନ ୪ଟାରୁ ସମେଦନଶୀଲ ବୁଥ ରୁ ବାହାରିବାକୁ ବ୍ୟବସ୍ଥା କରିଛନ୍ତି। ସେହିପରି ଉପ ନିର୍ବାଚନ ନେଇ ପୋଲିଙ୍ଗ ଅଧିକାରୀ ମାନେ ନିର୍ବାଚନ ସାମଗ୍ରୀ ନେଇ ନିଜ ନିଜ ବୁଥ ଗସ୍ତ କରିଛନ୍ତି। ଆଜି ନେସନାଲ କଲେଜ ପରିସର ମଧ୍ୟରେ ଥିବ ମତଦାନ ସାମଗ୍ରୀ ପ୍ରଦାନ କେନ୍ଦ୍ର ଉପରେ ଜିଲ୍ଲାପାଳ ଏବଂ ଏସପିଙ୍କ ତତ୍ତ୍ଵାବଧାନରେ ପୋଲିଙ୍ଗ ଦଳ ନିଜ ବୁଥ ଗସ୍ତ କରିଛନ୍ତି। ୭୧ ତମ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ନେଇ ୩୫୮ ଗୋଟି ବୁଥ ରହିଥିବା ବେଳେ ୪୭ ଗୋଟି ସମ୍ବେଦନଶୀଳ ବୁଥ ରହିଅଛି। ସମସ୍ତ ବୁଥ କୁ ପୋଲିଙ୍ଗ ଅଧିକାରୀ ମାନେ ସ୍ବତନ୍ତ୍ର ଯାନ ବାହାନ ଯୋଗେ ଗସ୍ତ କରିଛନ୍ତି। ଅନେକ ଦଳ ରିଜର୍ଭ ମଧ୍ୟ ରହିଅଛି। ଏହି ନିର୍ବାଚନରେ ସାଧାରଣ ବୁଥ ରହିଥିବା ବେଳେ ସଖୀ ବୁଥ ମଧ୍ୟ ରହିଅଛି। ସଖୀ ବୁଥ ରେ ସମସ୍ତ ପୋଲିଙ୍ଗ ଅଧିକାରୀ ମାନେ ମହିଳା କର୍ମୀ ଉପ ନିର୍ବାଚନରେ ନିୟୋଜିତ ହୋଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ