ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଦାବିପତ୍ର ପ୍ରଦାନ
ଜୟପୁର, ୧୦ ନଭେମ୍ବର (ହି.ସ.)-କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରିଙ୍କ ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ସଭାପତି ଶଶୀଭୂଷଣ ଦାଶ ଓଡ଼ିଶା ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦେଶକ ବାଳ ମୁକୁନ୍ଦ ଭୂୟାଁଙ୍
ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ   ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଦାବି ପତ୍ର ପ୍ରଦାନ


ଜୟପୁର, ୧୦ ନଭେମ୍ବର (ହି.ସ.)-କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରିଙ୍କ ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ସଭାପତି ଶଶୀଭୂଷଣ ଦାଶ ଓଡ଼ିଶା ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦେଶକ ବାଳ ମୁକୁନ୍ଦ ଭୂୟାଁଙ୍କୁ ଆଜି ଭୁବନେଶ୍ବରରେ ଭେଟି ଆଲୋଚନା କରିବା ସହିତ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦାବି ପତ୍ର ପ୍ରଦାନ କରିଛନ୍ତି l ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଜଣେ ମାତ୍ର ଶିକ୍ଷକ ଶିକ୍ଷୟିତ୍ରୀରେ ବିଦ୍ୟାଳୟ ଚାଲୁଥିବା ବେଳେ ସେମାନେ ଚାପଗ୍ରସ୍ତ ହୋଇ ରହୁଛନ୍ତି ସେହି ସ୍ଥାନରେ ଶିକ୍ଷକ ଯୋଗାଇବା, ଆବଶ୍ୟକ ରହିଥିବା ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ନିଯୁକ୍ତି କରିବା, ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ମାନଙ୍କୁ ଉପଯୁକ୍ତ ସ୍ଥାନକୁ ବଦଳି କରି ଆଣିବା, ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉପଯୁକ୍ତ ସ୍ଥାନକୁ ବଦଳି କରି ଆଣିବା, କର୍ମାନ୍ତର ପ୍ରେରଣ ହୋଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯେଉଁ ବିଦ୍ୟାଳୟରେ କାର୍ଯ୍ୟରତ ସେମାନଙ୍କୁ ସେହି ବିଦ୍ୟାଳୟରେ ନିୟମିତ କରିବା, ଅତି ଶିଘ୍ର କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସମସ୍ୟା ଦୂର ହେବା ନେଇ ନିର୍ଦେଶକ ସୂଚନା ଦେଇଥିବା ସଭାପତି ଶ୍ରୀ ଦାଶ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରିଙ୍କ ବିଭିନ୍ନ ସମସ୍ୟାର ଆଶୁ ସମାଧାନ ନିମନ୍ତେ ତା ୩୧.୧୦.୨୦୨୫ ରିଖ ଦିନ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ସଭାପତି ଶଶୀଭୂଷଣ ଦାଶ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟଙ୍କୁ ୧୦ ଦଫା ଦାବି ପୁରଣ ନିମନ୍ତେ ଦାବି ପତ୍ର ପ୍ରଦାନ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande