ବିଷପାନ କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
କୋରାଇ, ୧୦ ନଭେମ୍ବର(ହି.ସ.) – ପାଣିକୋଇଲି ଥାନା ଗୋଳେଇପୁର ପଂଚାୟତ ଅନ୍ତର୍ଗତ ସାନ ସୋତି ଗ୍ରାମର ଜଣେ ଯୁବକ ବିଷପାନ କରି ଆତ୍‌ହତ୍ୟା ଉଦ୍ୟମ କରିଛନ୍ତି। ପ୍ରକାଶଯେ ସାନସୋତି ଗ୍ରାମର ବିଦ୍ୟାଧର ଦାସଙ୍କ ପୁଅ ଶଶୀକାନ୍ତ କୈାଣସି କାରଣରୁ ଶନିବାର ରାତିରେ ବାହାରେ ବିଷପାନ କରିଥିଲେ। ପରେ ଖବର ପାଇ ପରି
ବିଷପାନ କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ


କୋରାଇ, ୧୦ ନଭେମ୍ବର(ହି.ସ.) – ପାଣିକୋଇଲି ଥାନା ଗୋଳେଇପୁର ପଂଚାୟତ ଅନ୍ତର୍ଗତ ସାନ ସୋତି ଗ୍ରାମର ଜଣେ ଯୁବକ ବିଷପାନ କରି ଆତ୍‌ହତ୍ୟା ଉଦ୍ୟମ କରିଛନ୍ତି। ପ୍ରକାଶଯେ ସାନସୋତି ଗ୍ରାମର ବିଦ୍ୟାଧର ଦାସଙ୍କ ପୁଅ ଶଶୀକାନ୍ତ କୈାଣସି କାରଣରୁ ଶନିବାର ରାତିରେ ବାହାରେ ବିଷପାନ କରିଥିଲେ। ପରେ ଖବର ପାଇ ପରିବାର ଲୋକମାନେ ତାଙ୍କୁ ଖୋଜାଖୋଜି କରି ସଠିପୁର ନିକଟରୁ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande