
ମାଲକାନଗିରି,୧୦ ନଭେମ୍ବର (ହି.ସ.)- ଆଜି ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ କାଲିମେଳା ଆଶ୍ରମ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଗୀତା ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କାଲିମେଳା ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ସୁବାସିନୀ ସୋଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l କାର୍ଯ୍ୟକ୍ରମରେ ଗୀତା ସୁଗିତା କର୍ତ୍ତବ୍ୟା ର ଜିଲ୍ଲା ସଂଯୋଜକ ତୁଷାର ମହାପାତ୍ର ଓ ଶିବସେନା ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ୩୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ | କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ମଞ୍ଚରେ ଜଜ ହିସାବରେ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ରଶ୍ମିତା ନାୟକ ଓ ଅବସରପ୍ରାପ୍ତ ଶିକ୍ଷକ ଶତ୍ରୁଘ୍ନ ଶଲ୍ୟ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନର ଦାୟିତ୍ୱ ଆଶ୍ରମ ବିଦ୍ୟାଳୟର ପ୍ରଧାଶିକ୍ଷକ ଦୀପଙ୍କ ମଣ୍ଡଳ ତୁଲାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ