ରାଜ୍ୟସ୍ତରୀୟ ଗୀତା ଆବୃତି ପ୍ରତିଯୋଗିତା
ଭଦ୍ରକ, ୧୦ ନଭେମ୍ବର (ହି.ସ.) - ରାଜ୍ୟ ସ୍ତରୀୟ ଗୀତା ଜ୍ଞାନ ପ୍ରତିଯୋଗିତା ଏହି ବ୍ଲକ୍ ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟା ମନ୍ଦିରର ପ୍ରଧାନଚାର୍ଯ୍ୟ ରାଧାକୃଷ୍ଣ ସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନ ସତ୍ରରେ ଅତିଥି ଭାବେ ବଉଳା ମହାବିଦ୍ୟାଳୟ ସୋସ
RAJYA STARIYA GITA ABRUTI


ଭଦ୍ରକ, ୧୦ ନଭେମ୍ବର (ହି.ସ.) - ରାଜ୍ୟ ସ୍ତରୀୟ ଗୀତା ଜ୍ଞାନ ପ୍ରତିଯୋଗିତା ଏହି ବ୍ଲକ୍ ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟା ମନ୍ଦିରର ପ୍ରଧାନଚାର୍ଯ୍ୟ ରାଧାକୃଷ୍ଣ ସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନ ସତ୍ରରେ ଅତିଥି ଭାବେ ବଉଳା ମହାବିଦ୍ୟାଳୟ ସୋସୋ ର ଅଧ୍ୟକ୍ଷ ଫକୀର ଚରଣ ଶଙ୍ଖୁଆ, ଶିକ୍ଷକ ପଚାଂନନ ପୃଷ୍ଟି, ମିହିର କୁମାର ଆଚାର୍ଯ୍ୟ, ଆଲୋକ ରଞ୍ଜନ ମୁଖାର୍ଜିର୍, ପୂର୍ବତନ ସରପଚଂ ରବିନ୍ଦ୍ର କୁମାର ପଣ୍ଡା, ଶିଶୁ ମନ୍ଦିର ଉପ-ସଭାପତି ଚିତରଞ୍ଜନ ଉଦ୍‌ଗାତା, ସମ୍ପାଦକ ଅଶୋକ କୁମାର ପରିଡା ଅତିଥି ଭାବେ ଯୋଗଦେଇ ଗୀତା ଆବୃତି ପ୍ରତିଯୋଗିତା ଉପରେ ଆଲୋକପାତ କରି ଶ୍ରୀମଦ୍ ଭଗବତ୍ ଗୀତା ସାମାଜିକ ଜୀବନରେ ହିନ୍ଦୁ ମାନଙ୍କର ପବିତ୍ର ଗ୍ରନ୍ଥ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଗୀତାର ପ୍ରଚାର ପ୍ରସାର ଭାରତୀୟ ସଂସ୍କୃତିର ଉତ୍‌ଥାନ ଉଦ୍ଦେଶ୍ୟରେ ଏହି ଗୀତା ଆବୃତି ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ୩ ୟ ଶ୍ରେଣୀରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ଗୀତା ପୁସ୍ତକ ପ୍ରଦାନ କରାଯାଇଥିଲା । ବନ୍ତ ବ୍ଲକ୍ ଅଧିନ ବିଭିନ୍ନ ବିଦ୍ୟାଳୟରୁ ୫୭ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ପୁରୀ ପ୍ରଜ୍ଞାମିଶନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ଦିନବନ୍ଧୁ ସାହୁ କାର୍ଯ୍ୟକ୍ରମର ସଂଚାଳକ ଥିଲେ । ବ୍ଲକ୍ ସଂଯୋଜକ ଶ୍ରୀକାନ୍ତ କୁମାର ଦାଶ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande