
ଜୟପୁର, 10 ନଭେମ୍ବର (ହି.ସ.)
ଜୟପୁର ସଦରଥାନା ଅନ୍ତର୍ଗତ ମୁଖିଖୁଡପି ନିକଟରେ ଠିଆ ହୋଇଥିବା ସମୟରେ ଅଜଣା ବ୍ୟକ୍ତି ମାନେ ମୋବାଇଲ ଲୁଟି ନେଇଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତ ୨୭ ତାରିଖ ଦିନ ଡଙ୍ଗରଛିଞ୍ଚି ଗ୍ରାମର ପଦ୍ମନ ଗାଦବା ଓ ତାଙ୍କ ସାଙ୍ଗ ଲକ୍ଷ୍ମଣ ଗାଦବା ଦୁହେଁ ମିଶି ସକାଳ ସାଢେ ୮ ଟା ସମୟରେ କେନାଲରେ ସୌଚ କରି ଠିଆ ହୋଇଥିବା ସମୟରେ ଦୁଇଜଣ ଯୁବକ ଏକ ସ୍କୁଟିରେ ଆସି ଟଙ୍କା ପଇସା ମାଗିଥିଲେ। ଟଙ୍କା ପଇସା ନମିଳିବା ପରେ ଛୁରି ଦେଖାଇ ମୋବାଇଲ ଲୁଟି ନେଇଥିଲେ। ଏନେଇ ସଦର ଥାନାରେ ଆଜି ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଏତଲାକୁ ଭିତ୍ତିକରି କେସ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି