
ସମ୍ବଲପୁର, ୧୦ ନଭେମ୍ବର (ହି.ସ.) ଆନ୍ତର୍ଜାତୀୟ ସମବାୟ ବର୍ଷ ଅବସରରେ ଜିଲ୍ଲା ସ୍ତରୀୟ ଉତ୍ସବ ସମ୍ବଲପୁର ଉପ-ରେଜିଷ୍ଟ୍ରାର ସମବାୟ କାର୍ଯ୍ୟାଳୟ ଆନୁକୁଲ୍ଯରେ ନିୟନ୍ତ୍ରିତ ବଜାର କମିଟି ର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷି ରେ ସମ୍ବଲପୁର ସମବାୟ ସମିତି ର ସମୀକ୍ଷା, କମନ ସର୍ଭିସ ସେଣ୍ଟର(ସିଏସସି) ଓ ଜାତୀୟ ସ୍ତରୀୟ ପ୍ୟାକ୍ସ ସଫ୍ଟୱେର(ଏନଏଲପିଏସ) ଉପରେ ଏକ କର୍ମଶାଳା ର ଆୟୋଜନ କରାଯାଇଥିଲା। ଆନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ ଜିଲ୍ଲା ସ୍ତରୀୟ ଉତ୍ସବ “ସମବାୟ ଉତ୍ତମ ବିଶ୍ୱ ଗଠନ କରେ” ବିଷୟ ବାର୍ତ୍ତା ନେଇ ଏହି ସମାରୋହ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମ ବିଭିନ୍ନ ଅତିଥିମାନଙ୍କ ଦ୍ୱାରା ସମବାୟ ସମିତି ର ଗୁରୁତ୍ୱ ଓ ସମବାୟ ସଂଘମାନଙ୍କ ସଫଳତା ବିଷୟରେ ଆଲୋଚନା କରିଥିଲେ। ଏଏଜିସିଏସ, ସମ୍ବଲପୁର ବିଭାଗ ପକ୍ଷରୁ ସମବାୟ ସମିତି ମାନଙ୍କ ସମୀକ୍ଷା ସମ୍ବନ୍ଧୀୟ ପ୍ରସ୍ତୁତି ଏବଂ ଆଇଟି ସଲୁସନ୍ସ ପକ୍ଷରୁ ଜାତୀୟ ସ୍ତରର ପ୍ୟାକ୍ସ ସଫ୍ଟୱେୟାର ସମ୍ପର୍କରେ ଉପସ୍ଥାପନା ପ୍ରଦାନ କରାଯାଇଥିଲା। ସମ୍ବଲପୁର ଜିଲ୍ଲା ସମବାୟ ଉପ ନିବନ୍ଧକ ଲକ୍ଷ୍ମିଧର ରାଉତ ମ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମର ଶେଷରେ ସମ୍ବଲପୁର ର ରେଜିଷ୍ଟ୍ରାର ସମବାୟ ସହକାରୀ ନିବନ୍ଧକ ମଧୁ ସୂଦନ ମେହେର ମହାଶୟ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଜିଲ୍ଲାର ବିଭିନ୍ନ ସମବାୟ ସଂଘ, ଲେମ୍ପସ ପେକ୍ସ ଓ ସିଏସସି ର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ