ସେଂଟ ଜାଭିୟର ହାଇସ୍କୁଲରେ ବାର୍ଷିକ ବିଜ୍ଞାନ ମେଳା ଇନୋଭିଷ୍ଟା -୨୦୨୫ ଖୁବ୍ ଉତ୍ସାହ ଏବଂ ଆଡ଼ମ୍ବର ସହକାରେ ଉଦଘାଟିତ
କେନ୍ଦୁଝର, ୧୦ ନଭେମ୍ବର(ହି.ସ.) – କେନ୍ଦୁଝର ସହର ଉପକଣ୍ଠ ନଇଗାଁ ସ୍ଥିତ ସେଂଟ ଜାଭିୟର ହାଇସ୍କୁଲରେ ବାର୍ଷିକ ବିଜ୍ଞାନ ମେଳା ଇନୋଭିଷ୍ଟା -୨୦୨୫ ଖୁବ୍ ଉତ୍ସାହ ଏବଂ ଆଡମ୍ବର ସହକାରେ ଉଦଘାଟିତ ହେଇଯାଇଛି। ଧରଣୀଧର ବିଶ୍ୱ ବିଶ୍ୱବିଦ୍ୟାଳୟର ସ୍ନାତକୋତର ପରିଷଦ ଅଧ୍ୟକ୍ଷ ଡକ୍ଟର ପ୍ରଭୁଦତ ଦାସ ମୁଖ୍ୟଅତି
ସେଂଟ ଜାଭିୟର ହାଇସ୍କୁଲରେ ବାର୍ଷିକ ବିଜ୍ଞାନ ମେଳା ଇନୋଭିଷ୍ଟା -୨୦୨୫ ଖୁବ୍ ଉତ୍ସାହ ଏବଂ ଆଡ଼ମ୍ବର ସହକାରେ ଉଦଘାଟିତ


କେନ୍ଦୁଝର, ୧୦ ନଭେମ୍ବର(ହି.ସ.) – କେନ୍ଦୁଝର ସହର ଉପକଣ୍ଠ ନଇଗାଁ ସ୍ଥିତ ସେଂଟ ଜାଭିୟର ହାଇସ୍କୁଲରେ ବାର୍ଷିକ ବିଜ୍ଞାନ ମେଳା ଇନୋଭିଷ୍ଟା -୨୦୨୫ ଖୁବ୍ ଉତ୍ସାହ ଏବଂ ଆଡମ୍ବର ସହକାରେ ଉଦଘାଟିତ ହେଇଯାଇଛି। ଧରଣୀଧର ବିଶ୍ୱ ବିଶ୍ୱବିଦ୍ୟାଳୟର ସ୍ନାତକୋତର ପରିଷଦ ଅଧ୍ୟକ୍ଷ ଡକ୍ଟର ପ୍ରଭୁଦତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେଂଟ ଜାଭିୟର୍ ହାଇସ୍କୁଲର ପ୍ରତିଷ୍ଠାତା ତଥା କାଶର୍ଭି ଗ୍ରୁପ ଅଫ ଇଣ୍ଡଷ୍ଟିଜର ପ୍ରତିଷ୍ଠାତା ଇଂ ଦେବବ୍ରତ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ତଥା ବିଦ୍ୟାଳ ବିଦ୍ୟାଳୟର ଟ୍ରଷ୍ଟି ସୁସ୍ମିତା ବେହେରା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କୃଷକ ଶ୍ରୀ ଚନ୍ଦ୍ରଶେଖର ବେହେରା, ଟ୍ରଷ୍ଟି ଶରତ କୁମାର ମହାନ୍ତି, ଟ୍ରଷ୍ଟି ସୌମ୍ୟରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ହାଇସ୍କୁଲର ପ୍ରଶାସ ଶାସନିକ ଅଧ୍ୟକ୍ଷ ଇଂ ମୃତ୍ୟୁଞ୍ଜୟ ନାୟକ, ଅଧ୍ୟକ୍ଷ ଡ଼ ଦିବ୍ୟକିଶୋର ପ୍ରଧାନ, ଉପାଧ୍ୟକ୍ଷ ଅଧ୍ୟକ୍ଷା ସଂଯୁକ୍ତା ଦାସ, ଶ୍ରୀମତୀ ନିବେଦିତା ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଜ୍ଞାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସାମାଜିକ ବିଜ୍ଞାନ, ବାଣିଜ୍ୟ, କଳା, ହସ୍ତଶିଳ୍ପର ପ୍ରଦର୍ଶନୀରେ ପ୍ରାୟ ୬୦୦ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ପ୍ରକଳ୍ପ ନିରୀକ୍ଷକ ଭାବରେ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଶିକ୍ଷାବିତମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପର ସଠିକ୍ ମୂଲ୍ୟାୟନ କରିଥିଲେ। ସମସ୍ତ ପ୍ରକଳ୍ପ ଗୁଡ଼ିକ ଅତିଥିମାନଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହେଇଥିଲା। ଆସନ୍ତ୍ରାକାଲି ଆନ୍ତଃସ୍କୁଲ ପ୍ରକଳ୍ପ ପ୍ରଦର୍ଶନୀରେ ପ୍ରାୟ ୧୫୦ ପ୍ରକଳ୍ପ ଆସିବାର ସ୍ଥିର ହୋଇଅଛି।ଆସନ୍ତାକାଲି ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ରୋମାଂଚକର ପ୍ରତିଯୋଗିତା ହେବାକୁ ଯାଉଛି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande