
କେନ୍ଦୁଝର, ୧୦ ନଭେମ୍ବର (ହି.ସ.)- ଘସିପୁରା ବ୍ଲକ ଅନ୍ତର୍ଗତ କେଶଦୁରାପାଳ ସ୍ଥିତ ଜନମଙ୍ଗଳ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ପଣ୍ଡାଙ୍କ ବଳିଷ୍ଠ ନେତୃତ୍ବରେ ୪୦ଟି ରୁ ଉର୍ଦ୍ଧ୍ବ ବିଜ୍ଞାନ ପ୍ରକଳ୍ପ ଶିଶୁ ପ୍ରତିଭା ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା। ମୁଖ୍ୟ ଅତିଥି ପଞ୍ଚସଖା ଶିକ୍ଷା ସେତୁ ସଭାପତି ଅନାମ ଚରଣ ସେନାପତି, ସମ୍ମାନିତ ଅତିଥି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରତ୍ନାକର ସାହୁ, କେଶଦୁରାପାଳ ସରକାରୀ ବାଳିକା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାର୍ଥସାରଥୀ ରାଉତ ଏବଂ ତରୀମୂଳ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବ୍ରଜକିଶୋର ସାହୁ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ।
ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ କ୍ଷେତ୍ରବାସୀ ବେହେରା ଏବଂ ଅନ୍ୟତମ ବିଜ୍ଞାନ ଶିକ୍ଷୟତ୍ରୀ ନିରୁପମା ପୃଷ୍ଟି ପ୍ରଦର୍ଶନୀର ପ୍ରତ୍ୟକ୍ଷ ପରିଚାଳନା କରିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA