ଶ୍ରୀ ରଘୁନାଥ ଜୀଉ ମନ୍ଦିରର ଦଧିନଉତି ସ୍ଥାପନ
କୋରାଇ, ୧୦ ନଭେମ୍ବର(ହି.ସ.) – ଗୋଳେଇପୁର ପଂଚାୟତ ଅନ୍ତର୍ଗତ ସୋତି ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କର ନୂତନ ମନ୍ଦିରର ଦଧିନଉତି ସ୍ଥାପନ ହୋଇଯାଇଛି। ଶତାଧିକ ବର୍ଷ ପୁରାତନ ଶ୍ରୀଜୀଉଙ୍କ ପୁର୍ବ ମନ୍ଦିରଟି ଭାଙ୍ଗିଯିବା ପରେ ଗ୍ରାମର ସତ୍ୟବ୍ରତ ମହାପାତ୍ର, ଦେବୀଦତ ମହାପାତ୍ର, ରମାକା
ଶ୍ରୀ ରଘୁନାଥ ଜୀଉ ମନ୍ଦିରର ଦଧିନଉତି ସ୍ଥାପନ


କୋରାଇ, ୧୦ ନଭେମ୍ବର(ହି.ସ.) – ଗୋଳେଇପୁର ପଂଚାୟତ ଅନ୍ତର୍ଗତ ସୋତି ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କର ନୂତନ ମନ୍ଦିରର ଦଧିନଉତି ସ୍ଥାପନ ହୋଇଯାଇଛି। ଶତାଧିକ ବର୍ଷ ପୁରାତନ ଶ୍ରୀଜୀଉଙ୍କ ପୁର୍ବ ମନ୍ଦିରଟି ଭାଙ୍ଗିଯିବା ପରେ ଗ୍ରାମର ସତ୍ୟବ୍ରତ ମହାପାତ୍ର, ଦେବୀଦତ ମହାପାତ୍ର, ରମାକାନ୍ତ ମହାପାତ୍ର,ପ୍ରଭାତ ମହାପାତ୍ର ପ୍ରମୁଖ ଠ।।କୁରଙ୍କ ନୁତନ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ସତ୍ୟବ୍ରତ ସପତ୍ନୀକ ସଂକଳ୍ପ କରି ଦଧିନଉତି ସ୍ଥାପନ କରିଥିଲେ। ନାମ ସଂକୀର୍ତନ,ସହ ହୁଳହୁଳି ସହିତ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଦଧିନଉତି ସ୍ଥାପନା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande