ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ
ଜୟପୁର , 10 ନଭେମ୍ବର (ହି.ସ.) ପର୍ଯ୍ୟlୟ ଏବଂ ୨ୟ ପର୍ଯ୍ୟାୟ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦ ନଗର ହୋଇଯାଇଛି l ୧ମ ପର୍ଯ୍ୟାୟ ରେ ମୁଖ୍ଯ ଅତିଥି ମାନନୀୟ lରିତୁ ସିଂ ( ରାଇଘର ତହସିଲଦାର,ସହାୟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ) ,ସମ୍ମାନିତ ଅତିଥି ମାନନୀୟl ସନ୍ତ
ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ


ଜୟପୁର , 10 ନଭେମ୍ବର (ହି.ସ.) ପର୍ଯ୍ୟlୟ ଏବଂ ୨ୟ ପର୍ଯ୍ୟାୟ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦ ନଗର ହୋଇଯାଇଛି l ୧ମ ପର୍ଯ୍ୟାୟ ରେ ମୁଖ୍ଯ ଅତିଥି ମାନନୀୟ lରିତୁ ସିଂ ( ରାଇଘର ତହସିଲଦାର,ସହାୟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ) ,ସମ୍ମାନିତ ଅତିଥି ମାନନୀୟl ସନ୍ତୋଷିନୀ ମୁଣ୍ଡା ( ବିକ୍ରମ ଦେବ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପିକା ) , ଏବଂ ମାନନୀୟ l ପତିଟି ଗଉଡ କାଉନ୍ସିଲର, ମାତୃ ଭାରତୀ ଅଧ୍ୟକ୍ଷl, ପରିଚାଳନା ସମିତି ସଦସ୍ୟ ମାନନୀୟ l ଗୌରୀ ପଣ୍ଡା ( ଶିକ୍ଷୟତ୍ରୀ)ମାନନୀୟ l ଅମିତା ମହାପାତ୍ର ( ଶିଶୁ ବାଟିକା ପ୍ରାନ୍ତ ପ୍ରମୁଖ) ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ଆଗେଇ ନେବାରେ ସହଯୋଗ କରିଥିଲେ l ମୁଖ୍ୟ ଅତିଥି ସମାଜରେ ନାରୀ ମାନଙ୍କ ଭୂମିକା ଏବଂ କର୍ତ୍ତବ୍ଯ କିପରି ରହିବା ଆବଶ୍ୟକ ସେହି ସମ୍ବନ୍ଧୀୟ କିଛି ତଥ୍ୟ ପ୍ରଦାନ କରିଥିଲେ l ସମ୍ମାନୀତ ଅତିଥି ସମାଜରେ ନାରୀମାନଙ୍କ ଲକ୍ଷ୍ୟ କିପରି ରହିବା ଆବଶ୍ୟକ ସେହି ବିଷୟରେ ଧାରଣା ଦେଇଥିଲେ l ଏହିପରି ଭାବେ ୧ମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଶେଷ ହୋଇଥିଲା l ଦ୍ଵିତୀୟ ପର୍ଯ୍ୟାୟ ରେ ମୁଖ୍ୟ ଅତିଥି ମାନନୀୟ l ସୁକାନ୍ତି ସାଏ ସମ୍ମାନୀତ ଅତିଥି ମାନନୀୟ l ସଂଯୁକ୍ତା ରାଉତ ( crcc) , ମାନନୀୟ lସନ୍ଧ୍ୟାରାଣୀ ସାହୁ ( ଯୋଗ ଶିକ୍ଷୟତ୍ରୀ) ,ମାନନୀୟ l ନିବେଦିତା ସାହୁ, ମାନନୀୟ lତନ୍ମୟି ପଟ୍ଟନାୟକ( ଶିକ୍ଷୟତ୍ରୀ) ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ମାନନୀୟ l ଗୌରୀ ପଣ୍ଡା ( ଶିକ୍ଷୟତ୍ରୀ) , ସୁଜାତା ସାହୁ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ଆଗେଇ ନେବାରେ ସହଯୋଗ କରିଥିଲେ l ମୁଖ୍ୟ ଅତିଥି ପର୍ଯ୍ୟାବରଣ ଓ କୁଟୁମ୍ବ ପ୍ରବୋଧନ ସମ୍ବନ୍ଧୀୟ ଭାରତ ବିକାଶ ରେ ମହିଳା ଙ୍କ ଭୂମିକା କଣ ସେହି ସମ୍ବନ୍ଧରେ କିଛି ବୌଦ୍ଧିକ ପ୍ରଦାନ କରିଥିଲେ l ସମ୍ମାନୀତ ଅତିଥି ପ୍ରେରଣାଦାୟୀ ମହିଳାଙ୍କ ବାର୍ତ୍ତା ସମ୍ବନ୍ଧ ରେ କିଛି କହିଥିଲେ l ଶପଥ ପାଠ ପରେ କାର୍ଯ୍ୟକ୍ରମ ଟି ଶେଷ ହୋଇଥିଲା l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande