
କୋରାଇ, ୧୦ ନଭେମ୍ବର(ହି.ସ.) – ଗୋଳେଇପୁର ପଂଚାୟତ ଅନ୍ତର୍ଗତ ସୋତି ଗ୍ରାମରେ ରବିବାର ଦିନ ବିଷାକ୍ତ ସାପ କାମୁଡ଼ାରେ ଦୁଇଟିଗୋରୁ ମୃତ୍ୟୁବରଣ କରିଛନ୍ତି। ଗ୍ରାମର ବାବାଜୀ ନାଥ ଓ ନଣ୍ଡା ନାଥ ନିଜ ନିଜର ଗାଈଙ୍କୁ ନିଜ ଘରଠାରୁ ଅଳ୍ପ ଦୁରରେ ଏକ ପଡ଼ିଆ ନିକଟରେ ଚରିବା ଲାଗି ବାନ୍ଧି୍ଥିଲେ। ପରେ ଗୋରୁଙ୍କୁ ଆଣିବା ପାଇଁ ଯିବା ସମୟରେ ଦୁଇଟି ଗୋରୁ ପଘାରେ ବନ୍ଧା ହୋଇଥବା ଅବସ୍ଥାରେ ପାଟିରୁ ଫେଣ ବାହାରୁ ଥିବା ସହିତ ମରି ପଡ଼ିଥବାର ଦେଖିଥିଲେ। ଏ ନେଇ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି