
ମୁମ୍ବାଇ, ୧୦ ନଭେମ୍ବର(ହି.ସ.) – ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆଗକୁ ଆସିଛି। ଜଣାଶୁଣା ଅଭିନେତା ଅଭିନୟ କିଗରଙ୍କ ପରଲୋକ ହୋଇଛି। ସେ ଗତ କିଛି ମାସ ହେଲା ଲିଭର ରୋଗରେ ପୀଡିତ ଥିଲେ । ଅଭିନେତାଙ୍କ ନିଧନ ଖବରରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ପ୍ରାୟ ତିନି ମାସ ପୂର୍ବରୁ ଅଭିନୟ ସୋସିଆଲ୍ ମିଡିୟାରେ ଏକ ଭିଡିଓ ସେୟାର କରି ଲୋକମାନଙ୍କୁ ଆର୍ôଥକ ସହାୟତା ମାଗିଥିଲେ। ସେ ନିଜ ବିଗଡ଼ୁଥିବା ସ୍ୱାସ୍ଥ୍ୟ ଏବଂ ଆର୍ôଥକ ଅସୁବିଧା କହି ସହାୟତା ମାଗିଥିଲେ। ଏକ ଟିଭିି କଳାକାର ତାଙ୍କୁ ଏକ ଲକ୍ଷ ଟଙ୍କାର ସାହାଯ୍ୟ ମଧ୍ୟ ଦେଇଥିଲେ।
କିଏ ଥିଲେ ଅଭିନେତା ଅଭିନୟ- ଅଭିନେତା ଅଭିନୟଙ୍କ ପୂରା ନାମ ଅଭିନୟ କିଗର ଥିଲା। ସେ ମାଲାୟାଲାମ ଫିଲ୍ମ ଅଭିନେତ୍ରୀ ଟିପି ରାଧାମଣି ଏବଂ କହ୍ନୟାଲାଲ୍ଙ୍କ ପୁଅ ଥିଲେ। ରାଧାମଣି ନିଜ ପିଢ଼ୀର ବିଖ୍ୟାତ ଅଭିନେତ୍ରୀ ଥିଲେ ଏବଂ ସେ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଫିଲ୍ମ ଉଥରାୟଣମରେ ଅଭିନୟ କରିଥିଲେ। ଅଭିନୟ ନିଜ ମା’ଙ୍କୁ ଅନୁସରଣ କରି ୨୦୦୨ରେ କସ୍ତୁରୀ ରାଜା ନିର୍ଦ୍ଦେଶିତ ଫିଲ୍ମ ଥୁଲ୍ଲୁବଥୋ ଇଲମଇରୁ ତାମିଲ ସିନେମାରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହିତ ଧନୁଷ ମୁଖ୍ୟ ଭୂମିକାରେ ଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି