


ବଲାଙ୍ଗୀର, ୧୦ ନଭେମ୍ବର(ହି.ସ.) – ସ୍ଥାନୀୟ ଟାଉନ୍ ବାଳିକା ବିଦ୍ୟାଳୟ, ବଲାଙ୍ଗୀର ମଧ୍ୟରେ ଚଳିତ ବର୍ଷର ପଶ୍ଚିମ ଓଡିଶା ଓପନ ଚେସ ଚମ୍ପିୟାନସିପ ୨୦୨୫ର ବଲାଙ୍ଗୀର ଜିଲ୍ଲା ଚେସ ମହାସଂଘ(ଡ଼ି.ସି ସି.ବି) ଓ ଓଡିଶା ଚେସ ମହାସଂଘର ନିୟନ୍ତ୍ରଣ ଓ ନେସନାଲ ପିସ ୟୁନିସନ(ଭାରତ)ର ସହଯୋଗ କ୍ରମେ ସମାପନ ହୋଇଯାଇଛି।
ଉକ୍ତ ଚମ୍ପିୟାନସିପ ର ଉଦଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରା ତାଙ୍କ ବକ୍ତବ୍ୟରେ ଚେସ୍ ଖେଳର ଶିକ୍ଷା ଓ ମନୋନିବେଶର ଭୂମିକା ବିଷୟରେ ଗୁରୁତ୍ୱ ଦେଇଥିଲେ ଓ “ଚେସ୍ ହେଉଛି ମନ ଓ ମଧ୍ୟମାନବ ମଧ୍ୟରେ ଯୁଦ୍ଧ- ଯେଉଁଠି ଯୁକ୍ତି, ଧୈର୍ଯ୍ୟ ଓ ଯୋଜନା ସବୁଠାରୁ ବଡ଼ ଅସ୍ତ୍ର”ବୋଲି କହିଥିବା ବେଳେ ପିସ୍ ୟୁନିସନ୍ର ନିର୍ଦ୍ଦେଶକ ସତ୍ୟରଞ୍ଜନ ମିଶ୍ର ଚେସ ଖେଳର ସାମ୍ପ୍ରସାରଣ ଓ ଏହାକୁ ସୁଦୂର ପ୍ରସାରି କରିବା ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ସେହିପରି ପ୍ରାରମ୍ଭିକ ଉଦ୍ଘାଟନୀ ଉତ୍ସବରେ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ରନାଥ ମିଶ୍ର, ପ୍ରିୟବ୍ରତ ପଣ୍ଡା, ସଚିବ, ବଲାଙ୍ଗୀର, ଅଶିଷ ରଥ, ଡିରେକ୍ଟର,ଡା. ଏସ.ଏସ. ଦାଶ, ପ୍ରାଧ୍ୟାପକ(ସରକାରୀ ଇଞ୍ଜିନିୟରିଂ କଲେଜ୍) ଭବାନୀପାଟଣା ଇତ୍ୟାଦି ଯୋଗଦାନ କରି ଚେସ ଖେଳର ଉପାଦେୟତା ଓ ଏହାକୁ ଆହୁରି ଲୋକାଭିମୁଖୀ କରିବା ଉପରେ ବକ୍ତବ୍ୟ ଉପସ୍ଥାପନା କରିଥିଲେ। ଉପରୋକ୍ତ ଚେସ ଚମ୍ପିୟାନସିପରେ ପଶ୍ଚିମ ଓଡିଶାର ୧୭୪ ଜଣ ପ୍ରତିଯୋଗୀ ଯୋଗଦାନ କରିଥିବାବେଳେ ଆଇ ଏ ଭବେଶ ମହାନ୍ତି, ମୁଖ୍ୟ ଆର୍ବିଟର ସଂଯୋଜନା ଓ ପରିଚାଳନା: ଭଜମନ ସାହୁ ଓ ସହ ସଂଯୋଜିକା ବସୁନ୍ଧରା ପଣ୍ଡାଙ୍କ ନେନେତୃତ୍ୱରେ ଚେସ୍ ଟୁର୍ଣ୍ଣାମେଣ୍ଟ ସମ୍ପନ୍ନ ହୋଇଥିଲା।
ଉକ୍ତ ପ୍ରତିଯୋଗିତାରେ ଅନେକ ନୂଆ ମୁହଁ ଚେସ୍ ଜଗତରେ ଆସିବାର ଆଶା ଜନ୍ମ ନେଇ, ପଶ୍ଚିମ ଓଡିଶା ରେ ଏହି ବଲାଙ୍ଗୀର ପ୍ରତିଯୋଗିତାରେ ତନ୍ମମଧ୍ୟରୁ ମୁଖ୍ୟ ବର୍ଗର ବିଜେତାମାନେ ବିନୋଜ ବିମନ ପଧାନ, ଚାମ୍ପିୟନ(କ) ପ୍ରଥମ ଗୋରେଖ ସାହୁ ରନର୍ସ ଅପ୍, ଏନ.ଏନ. ବେହେରା(ତୃତୀୟ)ବିରଂଚିି କୁମାର ସାହୁ(ଚତୁର୍ଥ) ମଧୁସୂଦନ ସାହୁ(ପଂଚମ) ସ୍ଥାନ ଅଧିକାର କରି ମୋଟ ନଗଦ ଏକ ଲକ୍ଷ ଆର୍ôଥକ ରାଶି ଜିଣି ଥିଲେ କ୍ଷ ସମାପନ ସମାରୋହରେ କରୁଣାକର ପାତ୍ର, ବିଘ୍ନେଶ୍ୱର ଯୋଶୀ ସହ ୧୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଚେସ୍ ଓ ସମାଜସେବାରେ ଅବଦାନ ପାଇଁ ସମ୍ମାନିତ କରା ଯାଇଥିଲା। ଉକ୍ତ ପ୍ରତିଯୋଗିତା ଉଦଯାପନୀ ସମାରୋହରେ ମୁଖ୍ୟଅତିଥି, ସତ୍ୟରଞ୍ଜନ ପଟ୍ଟନାୟକ(ଅଧ୍ୟକ୍ଷ) ଓଡିଶା ଓପନ ଚେସ ମହାସଂଘ ଯୋଗଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ