ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମ
ଭଦ୍ରକ, ୧୦ ନଭେମ୍ବର (ହି.ସ.) - ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ପଂଚାୟତ ସମିତି କାର୍ଯ୍ୟାଳୟ, ଚାନ୍ଦବାଲି ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ଦିଲିପ ରାଉତରାଏ, ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା
ZILLAPAL NKA JANA ABHIJOG SUNANI


ଭଦ୍ରକ, ୧୦ ନଭେମ୍ବର (ହି.ସ.) - ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ପଂଚାୟତ ସମିତି କାର୍ଯ୍ୟାଳୟ, ଚାନ୍ଦବାଲି ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ଦିଲିପ ରାଉତରାଏ, ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଶୁଭେନ୍ଦ୍ର ସାମଲ, ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଧିରଞ୍ଜନ ନାୟକ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର ଜ୍ଞାନ ରଞ୍ଜନ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଚାନ୍ଦବାଲି ସଞ୍ଜୀବ ମହାପାତ୍ର, ତହସିଲଦାର ଚାନ୍ଦବାଲି ଭବତୋଷ ମଲିକ ଓ ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଆଜିର ଜନଶୁଣାଣୀ ଶିବିରରେ ମୋଟ ୨୦୪ ଆବେଦନ ପତ୍ର ଦାଖଲ ହୋଇଥିଲା । ସେଥିରୁ ୧୬୮ ଟି ବ୍ୟକ୍ତିଗତ ଥିଲାବେଳେ , ୩୬ ଟି ସାମୁହିକ ଥିଲା। ୩୮ ଟି ର ସମାଧାନ ତତକ୍ଷଣାତ୍ ହୋଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ୨ ଜଣଙ୍କୁ ଓ ରେଡକ୍ରସ ରୁ ୩ ଜଣଙ୍କୁ ମୋଟ ୩୭,୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା। ଆଜିର ଜନଶୁଣାଣୀ ରେ ମୁଖ୍ୟତଃ ଚାଷୀ ପଞ୍ଜୀକରଣ, ମଧୁବାବୁ ପେନସନ, ପି ଏମ ଆବାସ ଯୋଜନା ରେ ଗୃହ ବଂଟନ, ଜମିଜମା ସଂପର୍କିତ, ସରକାରୀ ଜମିରେ ବସବାସ କରୁଥିବା ଲୋକଙ୍କୁ ଉଚ୍ଛେଦ ବଦଳରେ ଜମି/ଗୃହ ଆବଂଟନ ଅଭିଯୋଗ ସହିତ ଚିକିତ୍ସା ପାଇଁ ଆର୍ôଥକ ସହାୟତା ଦରଖାସ୍ତ ହସ୍ତଗତ ହୋଇଥିଲା ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande