ଆମଗାଁସାହିତ୍ୟ ପରିଷଦର ଦଶମସ୍ୱନକ୍ଷତ୍ରବାର୍ଷିକଉତ୍ସବ
କେନ୍ଦ୍ରାପଡ଼ା, ୧୦ ନଭେମ୍ବର(ହି.ସ.) –ଆମ ଗାଁ ସାହିତ୍ୟ ପରିଷଦର ସ୍ୱ ନକ୍ଷତ୍ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ନନ୍ଦ କିଶୋର ପରିଡ଼ା ଏହି କାର୍ଯ୍ୟକ୍ରମକୁ
ଆମଗାଁସାହିତ୍ୟ ପରିଷଦର ଦଶମସ୍ୱନକ୍ଷତ୍ରବାର୍ଷିକଉତ୍ସବ


କେନ୍ଦ୍ରାପଡ଼ା, ୧୦ ନଭେମ୍ବର(ହି.ସ.) –ଆମ ଗାଁ ସାହିତ୍ୟ ପରିଷଦର ସ୍ୱ ନକ୍ଷତ୍ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ନନ୍ଦ କିଶୋର ପରିଡ଼ା ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ଜାଳି ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ଼ ନୀଳମଣି ଲେଙ୍କ।, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଲେଖିକା, ଅଧ୍ୟାପିକା ସରିତା ସାହୁ, ସମ୍ମାନନିୟ ଅତିଥି ଭାବେ ବିଶିଷ୍ଟ ସ୍ତମ୍ବକାର ଡ଼ ସର୍ବେଶ୍ୱର ସେଣ ଯୋଗ ଦେଇ ଥିଲେ ପରିଷଦର ମୁଖପତ୍ର ଆମ ଗାଁ ଆମ ସ୍ୱର ଲୋକାର୍ପିତ ହୋଇଥିଲା। ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ରଚିତ ବିଚାର କରିବ ଉପର ବାଲର’ର ଶୁଭ ଉନ୍ମୋଚନ ହୋଇଥିବା। ବିଦ୍ୟାଳୟସ୍ତରରେ କରାଯାଇଥିବା ଓଡ଼ିଆ ଭାଷା ଭିତିକ ପ୍ରତିଯୋଗିତାରେ କୃତି ନଅ ଜଣ ପ୍ରତିଯୋଗୀ ଓ ତିନିଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀମାନଙ୍କୁ ପୁରସୃତ କରିଥିଲେ। ସାହିତ୍ୟ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଥିବା ସର୍ବଶ୍ରୀ ସୁରେନ୍ଦ୍ର କୁମାର ବେହେରା, ଈଶ୍ୱର ଚନ୍ଦ୍ର ପୃଷ୍ଟି, ଶୈଳଜା ଶଙ୍କର ସାମଲ, ସାବିତ୍ରୀ ମହାରଣା, ଡ଼ ଚିତ୍ରସେନ୍ ସେଠୀ ପ୍ରମୁଖ ସାତ ଜଣ ଓ ପନ୍ଦର ଜଣ ମଂଚ କଳାକାରମାନଙ୍କୁ ମାନପତ୍ର, ଉପଢୋକନ୍ ଦିଆଯାଇ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ସମ୍ପାଦକ ସ୍ୱପ୍ନାଂଶୁ କୁମାର ଦାସ ସଂପାଦକୀୟ ବିବରଣୀ ଓ କାର୍ଯ୍ୟକାରୀ ସଭାପତି ଟିଟି କାନ୍ତ ନାୟକ ସ୍ୱାଗତ ଭାଷାଣ ପ୍ରଦାନ କରିଥିଲେ। ଯୋଗ ଗୁରୁ ସଞ୍ଜୟ କୁମାର ମଥାନ ବେଦ ପାଠ ଓ କବି ଈଶ୍ୱର ଚନ୍ଦ୍ର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଚୈତନ୍ୟ ଚରଣ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରଥମ ଅଧିବେଶନ ରେ ଉପସଭାପତି ସନ୍ତୋଷ କୁମାର ପୋଥାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କବିତା ପାଠ ଉତ୍ସବରେ ଅତିଥି ଭାବେ କବି ଭରତ ଚରଣ ସାହୁ ନିରଞ୍ଜନ ମେକାପ, ନାରାୟଣ ପତି, ମେଜର ଭରତ କୁମାର ଜେନା ଯୋଗ ଦେଇଥିଲେ। କବି ନିକୁଞ୍ଜ ବିହାରୀ ପୃଷ୍ଟି, ଗୋଲାପ ରାଉତ, ଡ଼ ଅଭୟ କୁମାର ରାଉତ୍ ଙ୍କ ମିଳିତ ସଂଯୋଜନାରେ କବିତା ପାଠ କରିଥିବା ସମସ୍ତ ୪୦ ଜଣ କବି ମ।ନଙ୍କୁ ମାନପତ୍ର,ଓ ଉପଢ଼ୋକନ୍ ପ୍ରଦାନ କରାଯାଇ ଥିଲା।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande