
ଭଦ୍ରକ, ୧୦ ନଭେମ୍ବର (ହି.ସ.) - ଧାମରାଇ ଉଚ୍ଚ ମାଧ୍ୟମିକ ବିଧ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ସ୍ୱତନ୍ତ୍ର ଶିବିରର ଉଦଯାପନ ହୋଇଯାଇଛି। ଉକ୍ତ ଉଦଯାପନ ଦିବସରେ ଅଧକ୍ଷ ଶ୍ରୀ ଯୁକ୍ତ ପ୍ରଭାତ କୁମାର ଦାସ ପିଲା ମାନଙ୍କୁ ଉଦବୋଧନ ଦେଇ ଜାତୀୟ ସେବା ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରିଥିଲେ। ପ୍ରୋଗ୍ରାମ ଅଫିସର ରାଜେନ୍ଦ୍ର ନାରାୟଣ ରାଉତ ଶିବିରଥୀ ମାନଙ୍କୁ ରକ୍ତ ଦାନ କରିବା, ଗଛଲଗାଇବା, ହେଲମେଟ ବ୍ୟବହାର କରିବା ଅନେକ ତଥ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ମାନ ଗୋବିନ୍ଦ ପରିଡା, ସମ୍ମାନିତ ଅତିଥି ଭାବେ ସୁଧାକର ସାମଲ, ମୁଖ୍ୟ ବକ୍ତା ସଦାନନ୍ଦ ପରିଡା, ଯୋଗଦେଇ ଶିବିରାଥୀ ମାନଙ୍କୁ ଅନେକ ଶିକ୍ଷଣୀୟ ମତାମତ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ସାହୁ, ଲଷ୍ମୀଧର ବେହେରା, ଜ୍ୟୋତିମୟ ବାରିକ, ମହିଳା ପଳାଇ, ଯାଜ୍ଞସେନୀ ବେହେରା, ଜ୍ୟୋତ୍ରୀମୟ ମହନ୍ତ ଯୋଗ ଦାନ କରି ନିଜର ବହୁ ମୂଖୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ପ୍ରୋଗ୍ରାମ ଅଫିସର ରାଜେନ୍ଦ୍ର ନାରାୟଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ