
ନୂଆଦିଲ୍ଲୀ, 10 ନଭେମ୍ବର (ହି.ସ.)-ଆଜି ଦିଲ୍ଲୀ
ବିଶ୍ୱବିଦ୍ୟାଳୟର ରାମଜସ୍ କଲେଜ୍ରେ ଆୟୋଜିତ ବନ୍ଦେ ମାତରମ୍ର ଗୌରବମୟ 150 ବର୍ଷ
ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ମହାନ ଦେଶଭକ୍ତ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ
ଜୀଙ୍କ ଦ୍ୱାରା ଆନନ୍ଦମଠରେ ପ୍ରଦତ୍ତ ଅମର ରାଷ୍ଟ୍ରଗୀତ ବନ୍ଦେ
ମାତରମ୍, ରାମଜସ୍ କଲେଜ୍ ଏବଂ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିବାର ସହିତ ସାମୁହିକ ଭାବେ ଗାଇବାର ସୌଭାଗ୍ୟ ଅତ୍ୟନ୍ତ
ପ୍ରେରଣାଦାୟକ ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି
ଯେ ଦୀର୍ଘ ସଂଘର୍ଷ ଏବଂ ଅଗଣିତ ରାଷ୍ଟ୍ରସେବକଙ୍କ ବଳିଦାନ ପରେ 1947 ମସିହାରେ ଆମେ ସ୍ୱାଧୀନତା
ଲାଭ କରିଥିଲୁ। ବନ୍ଦେ ମାତରମ୍ ସେହି ଜାତୀୟ ଚେତନାର ଉଦଘୋଷ ଥିଲା ଯାହା ସମଗ୍ର
ଦେଶକୁ ଏକ ସୂତ୍ରରେ ବାନ୍ଧିଦେଇଥିଲା। ଆମ ଯୁବ ସାଥୀମାନେ ବନ୍ଦେ ମାତରମ୍ର
ପୂର୍ଣ୍ଣ ଗୀତ ଗାଆନ୍ତୁ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବନ୍ଦେ ମାତରମ୍ର ଭାବନାର
ବାହକ ହେଉ। ଏହି ଅମର ଭାବନାକୁ ଜନଆନ୍ଦୋଳନରେ ପରିଣତ କରି ଭବିଷ୍ୟତ୍ ପିଢ଼ି ସହିତ ଯୋଡ଼ିବାରେ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।
ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ
କକ୍ଷରେ ବନ୍ଦେ ମାତରମ୍ର ସମୁହ ଗାୟନ ଏକ ଶକ୍ତିଶାଳୀ ପରମ୍ପରା ଭାବେ ସ୍ଥାପିତ
ହେଉ—ତେବେ ଏହା ଏକ ଜନଆନ୍ଦୋଳନର ରୂପ ନେବ। ସେତେବେଳେ ଆମେ
ସ୍ୱାଧୀନତାର ପ୍ରେରଣା ପାଇଁ ବନ୍ଦେ ମାତରମ୍ ଗାଇଥିଲୁ,
ଆଜି 21ତମ ଶତାବ୍ଦୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
ମୋଦିଙ୍କ ନେତୃତ୍ୱରେ ଏକ ଉନ୍ନତ ଏବଂ ସମୃଦ୍ଧ ଭାରତ ଗଢ଼ିବା ପଥରେ ବନ୍ଦେ
ମାତରମ୍ ଆମ ପଥପ୍ରଦର୍ଶକ ହେଉ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି
ଯେ ଏହି ସାର୍ଥକ ଆୟୋଜନ ପାଇଁ ମୁଁ ରାମଜସ୍ କଲେଜ୍ ଏବଂ ଦିଲ୍ଲୀ ୟୁନିର୍ଭସିଟିକୁ ହୃଦୟରୁ
ଧନ୍ୟବାଦ ଜଣାଉଛି ଏବଂ ସମସ୍ତଙ୍କୁ ବନ୍ଦେ ମାତରମ୍ର ଗୌରବମୟ 150 ବର୍ଷ ପୂର୍ତ୍ତି
ଉପଲକ୍ଷେ ଅନେକ ଶୁଭେଚ୍ଛା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା