ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର
ଧର୍ମଶାଳା,୧୦ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରେ ଆଜି ୍‌ଯାଜପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଆଜି ପୁର୍ବାହ୍ନରେ ଧର୍ମଶାଳା ବ୍ଲକ ପରିସରରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଆରକ୍ଷୀ ଅଧିକ୍ଷକ ୟସପ୍ରତାପ ଶିମ
ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର


ଧର୍ମଶାଳା,୧୦ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରେ ଆଜି ୍‌ଯାଜପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଆଜି ପୁର୍ବାହ୍ନରେ ଧର୍ମଶାଳା ବ୍ଲକ ପରିସରରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଆରକ୍ଷୀ ଅଧିକ୍ଷକ ୟସପ୍ରତାପ ଶିମଲ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଶିବାନନ୍ଦ ସ୍ୱାଇଁ, ପିଡି ଡିଆରଡିଏ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ, ସଡିଏମଓ ବିଜୟ କୁମାର ମିଶ୍ର ସମେତ ସମସ୍ତ ଲାଇନର ଅଧିକାରୀମାନେ ଉପସ୍ଥିତ ରହି ଏହି ଜନ ଶୁଣାଣୀ କରିଥିଲେ । ଏହି ଶିବିରରେ ଆଜି ୧୮୮ ଗୋଟି ଅଭିଯୋଗ ଅସିଥିବା ବେଳେ ୯୪ ଗୋଟି ସାଧାରଣ, ୩୮ ଗୋଟି ବ୍ୟକ୍ତିଗତ, ୪ ଗୋଟି ସମୁହ, ମୁଖ୍ୟମନ୍ତ୍ରୀଙ୍କ ପାଂଠିରୁ ସହୟତା ଲାଗି ୫୨ ଗୋଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ୫୮ ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ତୁରନ୍ତ ଫାଇସଲା ହୋଇପାରିନଥିବା ଅଭିଯୋଗ ଗୁଡିକୁ ସମାଧାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ପିଇବା ପାଣି, ଅବାସ,ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଅଧିକ ଅଭିଯୋଗ ଅସିଥିବା ଜଣାଯାଇଛି । ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କର, ତହସିଲଦାର ସମିର ରଞ୍ଜନ ଦାସ, ସମେତ ଥାନା ଅଧିକାରୀ ରଞ୍ଜନ କୁମାର ମାଝି ଓ କର୍ମଚାରୀମାନେ ଜନଶୁଣୀ ଶିବିରକୁ ପରିଚଳନାରେ ସହାୟତା କରିଥିଲେ । ତେବେ ଜନଶୁଣାଣୀ ସମ୍ପର୍କରେ ପ୍ରଶାସନ ପକ୍ଷରୁ ପୁର୍ବରୁ ସେଭଳି ପ୍ରଚାର ଓ ପ୍ରସାର କରାଯାଉ ନଥିବା ନେଇ ଅନେକ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଅଭିଯୋଗ ଶିବିର ପାଇଁ ଆଗାମୀ ଦିନରେ ସାଧାରଣ ଲୋକମାନଙ୍କୁ ଅବଗତ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ । ଯାହା ଫଳରେ ଅଧିକରୁ ଅଧିକ ଲୋକେ ଏହି ଶିବିରରେ ସାମିଲ ହୋଇ ନିଜର ଅଭିଯୋଗ ରଖିପାରିବେ ବୋଲି ଜିଲ୍ଲାପାଳା ଶ୍ରୀ କର ସୂଚନା ଦେଇ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande