
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)
- ଆଜି ନିମାପଡ଼ା ଗସ୍ତରେ ଥିବାବେଳେ ନିମାପଡ଼ା
ବିଜ୍ଞାପିତ ଅଞ୍ଚଳ ପରିଷଦର ଟାଉନ୍ ହଲ୍ଠାରେ ଆୟୋଜିତ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ
ସମ୍ପଦ ମେଳାରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ପ୍ରଭାତି
ପରିଡା ନିମାପଡ଼ା ବ୍ଲକରେ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ସହ ଜଡ଼ିତ ସମସ୍ତ ଯୋଜନାର ସର୍ବାଧିକ
ଉପଯୋଗ କରିବା ପାଇଁ ଅଞ୍ଚଳର ଚାଷୀ ଭାଇ ଏବଂ ଭଉଣୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ
ନିମାପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ନାଲକୋର ସହାୟତାରେ ଉପଲବ୍ଧ ହୋଇଥିବା ଏକ ପ୍ରାଣୀ
ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି । ଏହି ଆମ୍ବୁଲାନ୍ସ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ
ଦ୍ବାରା ପରିଚାଳିତ ହେବ । ଏହି କାର୍ଯ୍ୟକ୍ରମରେ ଜଗତସିଂପୁର ଲୋକସଭା କ୍ଷେତ୍ରର ମାନ୍ୟବର ସାଂସଦ
ବିଭୁ ତରାଇ, ନିମାପଡ଼ା
ବ୍ଲକ୍ ଅଧ୍ୟକ୍ଷ, ବିଜ୍ଞାପିତ
ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଏବଂ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା