ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି
ଭୁବନେଶ୍ୱର,୧୦ ନଭେମ୍ବର (ହି.ସ.)- ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି। ଓଡିଶା ବିଧାନସଭା ଇତିହାସରେ ପ୍ରଥମ। ଏନେଇ ଆଇନ୍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଶୀତ ଅଧିବେଶନକୁ ସମ୍ବୋଧିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତା
ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି


ଭୁବନେଶ୍ୱର,୧୦ ନଭେମ୍ବର (ହି.ସ.)- ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି। ଓଡିଶା ବିଧାନସଭା ଇତିହାସରେ ପ୍ରଥମ। ଏନେଇ ଆଇନ୍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଶୀତ ଅଧିବେଶନକୁ ସମ୍ବୋଧିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ରାଷ୍ଟ୍ରପତିଙ୍କର ପୁରା କାର୍ଯ୍ୟକ୍ରମ ଆସିନାହିଁ। ରାଷ୍ଟ୍ରପତି ଆସିବାର ସମ୍ଭାବନା ରହିଛି। କିନ୍ତୁ ଚୂଡାନ୍ତ କାର୍ଯ୍ୟସୂଚୀ ଆସିବା ପରେ ସ୍ପଷ୍ଟ ହେବ। ଅନ୍ୟପଟେ ରାଷ୍ଟ୍ରପତି ନଭେମ୍ବର ଶେଷରେ ଆସିବାର ସମ୍ଭାବନା ଥିବାରୁ ବିଧାନସଭାକୁ ନୂଆ ରୂପରେ ସଜାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande