
ଭୁବନେଶ୍ୱର,୧୦ ନଭେମ୍ବର (ହି.ସ.)- ଓଡିଆ ପୋଷ୍ୟ କନ୍ୟାଙ୍କୁ ଆମେରିକାରେ ନିର୍ଯାତନା ଘଟଣାରେ
ପୋଷ୍ୟ କନ୍ୟା ପୂଜା ନାୟକଙ୍କୁ ସୁରକ୍ଷିତ ଭାବେ ଆମେରିକାରୁ ଉଦ୍ଧାର ପାଇଁ ନହରକଂଟା ସ୍ଥିତ କନ୍ୟାଶ୍ରମର ସେକ୍ରେଟାରୀ ଗୁହାରି କରିଛନ୍ତି।
ସୂଚନା ଅନୁଯାୟୀ ପୂଜାଙ୍କୁ ବାଲେଶ୍ୱରରୁ ଉଦ୍ଧାର ପରେ ସିଡବ୍ଲୁସି ନହରକଂଟା ସ୍ଥିତ କନ୍ୟାଶ୍ରମ ରେ ଛାଡିଥିଲେ । ପରେ କୋଳଥିଆରେ ଥିବା ଆଉ ଏକ କନ୍ୟାଶ୍ରମଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରୁ ଆମେରିକୀୟ ମହିଳା ଜଣଙ୍କ ପୂଜା ନାୟକ ଏବଂ ତାଙ୍କ ଭାଇ ରାଜା ନାୟକଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ। ଆମେରିକା ନେଇ ସେଠାରେ ପାଠ ପଢେଇବାକୁ ଚୁକ୍ତି ହୋଇଥିଲା । ହଠାତ ପୂଜାଙ୍କର ଭିଡ଼ିଓ ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି ।।ପୂଜା ନାୟକ ଓଡିଶା ଫେରିବାକୁ ଚାହୁଁ ଥିବା ବେଳେ ତାଙ୍କ ଭାଇ ରାଜା ନାୟକଙ୍କ କୌଣସି ଖୋଜ ଖବର ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା