ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କ ଅନୁଦାନ ଦାବି
ଧର୍ମଶାଳା,୧୦ନଭେମ୍ବର(ହି.ସ.) - ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ୨୦୧୮ମସିହା ଜୁନ ମାସ ଠାରୁ ଅଦ୍ୟାବଧି କାର୍ଯ୍ୟରତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ କରିବାକୁ ନିଖିଳ ଓଡିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ଦାବି କରାଯାଇଛି । ଏନେଇ ଆଜି ଯାଜପୁ
ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କ ଅନୁଦାନ ଦାବି


ଧର୍ମଶାଳା,୧୦ନଭେମ୍ବର(ହି.ସ.) - ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ୨୦୧୮ମସିହା ଜୁନ ମାସ ଠାରୁ ଅଦ୍ୟାବଧି କାର୍ଯ୍ୟରତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ କରିବାକୁ ନିଖିଳ ଓଡିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ଦାବି କରାଯାଇଛି । ଏନେଇ ଆଜି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ନିକଟସ୍ଥ ଗୋକର୍ଣ୍ଣେଶ୍ୱର ମନ୍ଦିରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଦାନ ଓ ଅଣ - ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ, ଡିଗ୍ରୀ ଓ କପାଳିଟ ମହାବିଦ୍ୟାଳୟରେ ୨୦୧୮ ଜୁନ୍ ମାସ ଠାରୁ ଅଦ୍ୟାବଧି ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସମାନ କାମ ପାଇଁ ସମାନ ଦରମା ଦାବି ରଖାଯାଇଛି । ସରକାର ଏକ ନୂତନ ପଲିସି ଆଣି ପୂର୍ଣ ଅନୁଦାନ କରନ୍ତୁ ବୋଲି ସଂଘ ତରଫରୁ ଦାବୀ ଉପସ୍ଥାପନା କରାଯାଇଛି । ବିନା ବେତନରେ ବହୁ ବର୍ଷ ଧରି ଅଧ୍ୟାପକ ଓ କର୍ମଚାରୀମାନେ କାର୍ଯ୍ୟ କରିବା ପରେ ମଧ୍ୟ ସରକାର କୌଣସି ପଦକ୍ଷେପ ନ ନେବା ସେମାନଙ୍କ ପରିବାର ପ୍ରତି କୁଠାରଘାତ ହୋଇଛି । ଏମାନଙ୍କର କଷ୍ଟକୁ ଲୋକଙ୍କ ସରକାର ମୋହନ ସରକାର ଦୂର କରିବେ ବୋଲି ସଂଘ ଆଶା କରିଛି । ସଂଘର ସଭାପତି ଶ୍ରୀ ନୀତିଶ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘ ର ଅନ୍ୟାନ୍ୟ କାର୍ଯ୍ୟକର୍ତାଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ଇଂରାଜୀ ଅଧ୍ୟାପକ ଶ୍ରୀପ୍ରସାଦ ନାୟକ, ଅଧ୍ୟାପିକା ତନୟା ମିଶ୍ର,ଜ୍ଞାନରଞ୍ଜନ ମଲ୍ଲିକ, ଚିତ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଉପରୋକ୍ତ ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande