ନାରୀ ଶକ୍ତିର ସହଯୋଗ ବିନା ରାଷ୍ଟ୍ରର ସ୍ଥିତି ଅସମ୍ଭବ, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଦ୍ୱିତୀୟ ସନ୍ଧ୍ୟା
ଭଦ୍ରକ, ୧୧ ନଭେମ୍ବର (ହି.ସ.) - ନାରୀ ହିଁ ଗର୍ଭଧାରଣୀ, ସନ୍ତାନ ସନ୍ତତି ସୃଷ୍ଟିକାରିଣୀ, ଶକ୍ତିମୟୀ ତଥା ପାଳନକର୍ତୀ। ସମଗ୍ର ମାନବ ସମାଜର ଅର୍ଦ୍ଧେକ ଅଂଶ ନାରୀ। ନାରୀ ଶକ୍ତି ବିନା ରାଷ୍ଟ୍ରର ବିକାଶ ଦୂରର କଥା ରାଷ୍ଟ୍ରର ସ୍ଥିତି ଅସମ୍ଭବବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ
BHADRAK MOHASTAV & PUSTAK MELA 2ND EVENING


ଭଦ୍ରକ, ୧୧ ନଭେମ୍ବର (ହି.ସ.) - ନାରୀ ହିଁ ଗର୍ଭଧାରଣୀ, ସନ୍ତାନ ସନ୍ତତି ସୃଷ୍ଟିକାରିଣୀ, ଶକ୍ତିମୟୀ ତଥା ପାଳନକର୍ତୀ। ସମଗ୍ର ମାନବ ସମାଜର ଅର୍ଦ୍ଧେକ ଅଂଶ ନାରୀ। ନାରୀ ଶକ୍ତି ବିନା ରାଷ୍ଟ୍ରର ବିକାଶ ଦୂରର କଥା ରାଷ୍ଟ୍ରର ସ୍ଥିତି ଅସମ୍ଭବବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଭୂମିର ବିଶିଷ୍ଟ କବୀ ବିଦ୍ୟୁତପ୍ରଭା ସ୍ମୃତିରେ ଉତ୍ସର୍ଗୀତ ଏହି ସନ୍ଧ୍ୟାରେ ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ସଭାନେତ୍ରୀ କଳ୍ପନା ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ଓ ସାଂସ୍କୃତିକ ସନ୍ଧ୍ୟାରେ ଓଡିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭାନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅଧିବକ୍ତା ତଥା ସେବା ନିବୃତ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର ମୁଖ୍ୟବକ୍ତା, ଡା.ସତ୍ୟଭାମା ବେହେରା, ଅଧିବକ୍ତା ଅଞ୍ଜୁବାଳା ରାଉତ ବରେଣ୍ୟ ଅତିଥି, ଭୂମିକନ୍ୟା ମହିଳା ସଂଗଠନ ସଭାନେତ୍ରୀ ସଂଯୁକ୍ତା ବଳ, ନନ୍ଦିନୀ ମହିଳା ସଂଗଠନ ସଭାନେତ୍ରୀ ସରୋଜିନୀ ନାୟକ ବରେଣ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ 'ରାଷ୍ଟ୍ରର ବିକାଶରେ ନାରୀ ଶକ୍ତି' ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ପ୍ରଧାନ ଶିକ୍ଷୟିତ୍ରୀ ଡ. ଜାନକୀ ପାଢ଼ୀ ସ୍ୱାଗତ ଭାଷଣ, କବୟିତ୍ରୀ ତଥା ସମାଜସେବିକା ଚୈତାଳୀ ଖିଲାର ଅତିଥି ପରିଚୟ ଦେଇଥିବା ବେଳେ ତେଜସ୍ୱିନୀ ମହିଳା ସଂଗଠନ ସମ୍ପାଦିକା ସୁଶ୍ରୀ ଅଞ୍ଜନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସହ ସମ୍ପାଦିକା ଶିକ୍ଷୟିତ୍ରୀ ତଥା କବୟିତ୍ରୀ ମନୋରମା ରାୟ ଅତିଥି ମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବାବେଳେ ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଟ୍ରଷ୍ଟର ସଭାପତି ଇଂ ଅଭୟ ସୂତାର, ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର, ସମ୍ପାଦକ ରବିନାରାୟଣ ଖିଲାର, ମିଡ଼ିଆ ସେଲ୍ ର ଅଧ୍ୟକ୍ଷ ପ୍ରମୋଦ କୁମାର ରାୟ, ଉପସଭାପତି ଡା. ଅନିଲ କୁମାର ଦାଶ ପ୍ରମୁଖ ମଂଚ ଓ ମହୋତ୍ସବ ପରିଚାଳନା କରିଥିଲେ। ଜଗନ୍ନାଥ ସାଂସ୍କୃତିକ କଳାକାର ସଂଘ, ଭଦ୍ରକ, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସଂଗୀତ ବିଦ୍ୟାଳୟ,ଅର୍ଣ୍ଣପାଳ ଓ ପଦ୍ମାଳୟା ଏକାଡେମୀ, ଭଦ୍ରକ ଗ୍ରୁପର କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande