
ଘଟଗାଁ, ୧୧ ନଭେମ୍ବର (ହି.ସ.)- ଘଟଗାଁ ଅଧିଷ୍ଠାତ୍ରୀ ମା' ତାରିଣୀଙ୍କ ମନ୍ଦିର ପରିସରରେ ଥିବା ୧୩ଟି ହୁଣ୍ଡିରେ ଥିବା ଭକ୍ତମାନଙ୍କ ଦାନ ପ୍ରତିମାସ ପରି ଚଳିତ ନଭେମ୍ବର ମାସରେ ଗଣତି ହୋଇଛି। ଗଣତିରୁ ୩୮ଲକ୍ଷ ୧୯ହଜାର ୪୫୧ ଟଙ୍କା, ୪୯ଗ୍ରାମ ୨୨୦ ମିଲିଗ୍ରାମ ସୁନା ଏବଂ ୧ କିଲୋଗ୍ରାମରୁ ଅଧିକ ରୁପା ମିଳିଥିବା ଜଣାପଡିଛି।
ଗଣତି ବେଳେ ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାୟକ, ମନ୍ଦିର କାର୍ଯ୍ୟନିର୍ବାହୀ ସଂଜୀବ ମହାପାତ୍ର, ଘଟଗାଁ ଥାନାଧିକାରୀ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ତାରିଣୀ ମନ୍ଦିର କର୍ମଚାରୀ ମାନେ ସହଯୋଗ କରିଥିବା ଟ୍ରଷ୍ଟ ବୋର୍ଡ ସୂତ୍ରରୁ ପ୍ରକାଶ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ