ଭାଜପାର ବରିଷ୍ଠ ନେତା ଶାହନୱାଜ ହୁସେନ ଭୋଟ ଦେଲେ
ପାଟନା ୧୧ ନଭେମ୍ବର ​​(ହି.ସ.)- ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୨୨ ଆସନ ପାଇଁ ମତଦାନ ଚାଲିଛି। ସୁପୌଲ ଜିଲ୍ଲାରେ ବିଜେପି ନେତା ସେୟଦ ଶାହନୱାଜ ହୁସେନ ତାଙ୍କ ପତ୍ନୀଙ୍କ ସହ ଭୋଟ ଦେଇଛନ୍ତି। ଏହି ଅବସରରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି
ଭାଜପାର ବରିଷ୍ଠ ନେତା ଶାହନୱାଜ ହୁସେନ ଭୋଟ ଦେଲେ


ପାଟନା ୧୧ ନଭେମ୍ବର ​​(ହି.ସ.)- ବିହାର ବିଧାନସଭା ନିର୍ବାଚନର

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୨୨ ଆସନ ପାଇଁ ମତଦାନ ଚାଲିଛି। ସୁପୌଲ ଜିଲ୍ଲାରେ ବିଜେପି ନେତା ସେୟଦ

ଶାହନୱାଜ ହୁସେନ ତାଙ୍କ ପତ୍ନୀଙ୍କ ସହ ଭୋଟ ଦେଇଛନ୍ତି। ଏହି ଅବସରରେ ଗଣମାଧ୍ୟମ ସହିତ

କଥାବାର୍ତ୍ତା କରି ସେୟଦ ଶାହନୱାଜ ହୁସେନ ଦିଲ୍ଲୀରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ

ହୋଇଥିବା ବିସ୍ଫୋରଣ ବିଷୟରେ କହିଛନ୍ତି, ଦିଲ୍ଲୀର

ଲାଲକିଲ୍ଲା ସମ୍ମୁଖରେ ବିସ୍ଫୋରଣ ଅତ୍ୟନ୍ତ ଦୁଃଖଦ। ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଛଡ଼ାଯିବ

ନାହିଁ।ଶାହନୱାଜ ହୁସେନ କହିଛନ୍ତି ଯେ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ସମସ୍ତ ଦିଗର

ତଦନ୍ତ କରୁଛନ୍ତି। ଗୃହମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଏବଂ ଏକ ବୈଠକ ଚାଲିଛି। କାରଣ

ନିର୍ଣ୍ଣୟ କରିବା ପାଇଁ ମଧ୍ୟ ପ୍ରୟାସ କରାଯାଉଛି। ସମସ୍ତ ଏଜେନ୍ସି ତଦନ୍ତ କରୁଛନ୍ତି। ଯେତେବେଳ

ପର୍ଯ୍ୟନ୍ତ କୌମସି ରିପୋର୍ଟ ନ ଆସିଛି ସେ ପର୍ଯ୍ୟନ୍ତ ବିରୋଧୀ ସଦସ୍ୟମାନେ ବୟାନ ଦେବାରୁ ନିବୃତ୍ତ ରହିବା

ଉଚିତ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande