
ଜୟପୁର, ୧୧ ନଭେମ୍ବର (ହି.ସ.)-
ଜୟପୁର ସଦର ଥାନା ଅନ୍ତର୍ଗତ ସଉରାଗୁଡା ଗ୍ରାମରେ ଶାଶୁକୁ ଆକ୍ରମଣ କରିଥିବା ଅଭିଯୋଗରେ ସଦର ପୁଲିସ ଜ୍ବାଇଁକୁ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ଗତକାଲି ସଉରାଗୁଡା ଗ୍ରାମର ହିରାମଣୀ ହରିଜନଙ୍କୁ ତାଙ୍କ ଜ୍ବାଇଁ ଖଗପତି ହରିଜନ ମଦ ପିଇ ବିନା କାରଣରେ ଗାଳି ଗୁଲଜ କରିବା ସହ ଏକ ଲାଠି ସାହାଯ୍ୟରେ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିଥିବା ବେଳେ ତାଙ୍କ କାନରେ ବାଜିଥିଲା। ଏନେଇ ହିରାମଣୀ ଲିଖିତ ଅଭିଯୋଗ ଦେବା ପରେ ସଦର ପୁଲିସ ଅଭିଯୁକ୍ତ ଖଗପତି ହରିଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି