ବନ୍ତ ପୋଲିସ୍ ପକ୍ଷରୁ ସାଇବର ସଚେତନତା
ଭଦ୍ରକ, ୧୧ ନଭେମ୍ବର (ହି.ସ.) - ଏହି ଜିଲାର ବନ୍ତ ଥାନା ପକ୍ଷରୁ ଆଜି ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ବରିଷ୍ଠ ନାଗରିକ ମାନେ ସାମିଲ୍ ଥିଲେ । ଧାମନଗର ଉପଖଣ୍ଡ ଅଧିକାରୀ ତ୍ରିଲୋଚନ ସେଠୀ ସରକାରୀ ଆପ୍ ‘ସଂଚାର ସାଥ
bonth police cyber sachetanata


ଭଦ୍ରକ, ୧୧ ନଭେମ୍ବର (ହି.ସ.) - ଏହି ଜିଲାର ବନ୍ତ ଥାନା ପକ୍ଷରୁ ଆଜି ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ବରିଷ୍ଠ ନାଗରିକ ମାନେ ସାମିଲ୍ ଥିଲେ । ଧାମନଗର ଉପଖଣ୍ଡ ଅଧିକାରୀ ତ୍ରିଲୋଚନ ସେଠୀ ସରକାରୀ ଆପ୍ ‘ସଂଚାର ସାଥୀ’ ଡାଉନ୍‌ଲୋର୍ଡ କରି ସେଥିରେ ମୋବାଇଲ୍ ର ବିଭିନ୍ନ ଜ୍ଞାନ ସହ ହଜି ଚୋରି ଯାଉଥିବା ମୋବାଇଲ୍ ବାବଦରେ ଜାଣିବା ପାଇଁ ବୁଝାଇଥିବା ବେଳେ ସାଇବର କ୍ରାଇମ୍ ପ୍ରତି ସଚେତନ ହେଲେ ଆମେ ଠକାମୀର ଶିକାରରୁ ବର୍ତି ପାରିବା ବୋଲି କହିଥିଲେ । ଶିକ୍ଷାବିତ୍ ରମାକାନ୍ତ ଜେନାଙ୍କ ମଂଚ ପରିଚାଳନାରେ ଭଦ୍ରକର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ଗୋଇନ୍ଦା ବିଭାଗ)ଅଂଶୁମାନ ଦ୍ୱିବେଦୀ ତାଙ୍କ ବକ୍ତବ୍ୟରେ ଜେବେ ଠାରୁ ଆମେ ଡିଜିଟାଲ୍ ୱାରର୍ଲ୍ଡରେ ପହଂଚିଲେ ସେବେଠାରୁ ସାଇବର କ୍ରାଇମ୍ ବଢିଛି । ଜ୍ଞାନୀ, ଗୁଣୀ ସଚେତନ ଥାଇ ମଧ୍ୟ ସାମାନ୍ୟ ଭୁଲ୍ କରି ଆମେ ଠାକାମୀର ଶିକାର ହୋଇ ସର୍ବସ୍ୱ ହରାଉଛୁ । ଏଥିସହ ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍ ଓ ଭିଡିଓ କଲ୍ ମାଧ୍ୟମରେ ଠାକାମୀରେ ନ ପଡିବାକୁ କହି ଅଜଣା ନମ୍ବର ନ ଉଠାଇବା, ଫ୍ରେଣ୍ଡ୍ ରିକୁଏଷ୍ଟ୍‌କୁ ଅଗ୍ରାହ୍ୟ କରିବା ପ୍ରତି ସଚେତନ ହେବା, ଠକାମୀର ଶିକାର ହେଲେ ଟୋଲ୍ ଫ୍ରୀ ନମ୍ବର କଲ୍ କିମ୍ବା ତୁରନ୍ତ ଥାନାରେ ଜଣାଇବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ଇନସ୍‌ପେକ୍ଟର(ସାଇବର ଅପରାଧ ଶାଖା) ଗୋପାଳ ଚନ୍ଦ୍ର ଜେନା, ବନ୍ତ ଥାନାଧିକାରୀ ମୋନାଲିସା କର, ଆଗରପଡା ଥାନାଧିକାରୀ ଦେବରାଜ ଜେନା ପ୍ରମୁଖ ସଚେତନତାର ବାର୍ତା ଦେଇଥିଲେ । ପ୍ରାରମ୍ଭରେ ବନ୍ତ ମହାବିଦ୍ୟାଳୟର ଛାତ୍ରଛାତୀଙ୍କ ସମେତ ଶତାଧିକ ବଜାର ପରିକ୍ରମା କରି ବ୍ଲକ୍ ପରିସରରେ ପହଂଚିଥିଲେ । କାର୍ଯ୍ୟକ୍ରମକୁ ସବ୍‌-ଇନସ୍‌ପେକ୍ଟର ମନୋହର ପାତ୍ର, ରଞ୍ଜିତା ବେହେରା, ଏ ଏସ୍ ଆଇ ସଂଗ୍ରାମ କେଶରୀ କର, ପ୍ରହଲ୍ଲାଦ ରାଉତ୍‌, ରଞ୍ଜନ ନାୟକ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ସନ୍ଧ୍ୟାରେ ଆଗରପଡା ଥାନାରୁ ସଚେତନତା ରଥ ବଜାର ପରିକ୍ରମା କରିଥିଲା ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande