
ଧର୍ମଶାଳା,୧୧ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ମହୋତ୍ସବ ପଡ଼ିଆରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଶିଶୁ ମହୋତ୍ସବ ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍କୁଲ ପିଲାଙ୍କ ମଧ୍ୟରେ ଗତ ୧୦ ତାରିଖ ଠାରୁ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଗତକାଲି ଏହି ନୃତ୍ୟ ପ୍ରତିଯୋଗିତାରେ ୨୮ ଗୋଟି ସ୍କୁଲର ପିଲାମାନେ ସେମିଫାଇନାଲରେ ପ୍ରବେଶ କରିଥିବାବେଳେ ଆଜି ସେମାନଙ୍କ ମଧ୍ୟରେ ଫାଇନାଲ ପାଇଁ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ପରିସରରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଓଡ଼ିଶୀ ନୃତ୍ୟ ଗୁରୁ ନଳିନୀ ଶୈଳେଜା ଓ କୋଡିଓଗ୍ରାଫର ତଥା ନିର୍ଦ୍ଦେଶକ ବି. ଗୋବିନ୍ଦ ବିଚାରକ ଭାବେ ଯୋଗ ଦେଇଥିଲେ। ଏହି ସେମିଫାଇନାଲ ପ୍ରତିଯୋଗିତାରେ ସୁଭଦ୍ରାପୁର ୟୁପି ସ୍କୁଲ, ସାରୋଇ ସ୍କୁଲ, ଦେଉଳିପାଳ ସ୍କୁଲ, ଭେଙ୍କଟେଶ୍ୱର ପବ୍ଲିକ ସ୍କୁଲ, ଝାଟିଆ ୟୁପି ସ୍କୁଲ, ଗୁରୁକୁଳ ପବ୍ଲିକ ସ୍କୁଲ, ଧର୍ମଶାଳା ପବ୍ଲିକ ସ୍କୁଲ ଓ କୃଷ୍ଣପଡ଼ା ୟୁପି ସ୍କୁଲ ପ୍ରମୁଖ ୮ ଗୋଟି ସ୍କୁଲର ଛାତ୍ରଛାତ୍ରୀ ଫାଇନାଲରେ ପ୍ରବେଶ କରିଛନ୍ତି। ଆସନ୍ତା ୧୪ ତାରିଖରେ ଧର୍ମଶାଳା ମହୋତ୍ସବ ପଡ଼ିଆରେ ଆୟୋଜିତ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ବଛାଯାଇ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷକ ଦେବରାଜ ମିଶ୍ର ଓ ଶିକ୍ଷକ ସେକ ସମସୁଦ୍ଦିନ ଯୋଗ ଦେଇଥିଲେ। ଆଜିର ଏହି ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଯୁବ ସଙ୍ଗଠକ ରାଜେଶ ପାଳ, ପ୍ରଦୀପ୍ତ କୁମାର ପରିଡ଼ା, ତୀର୍ଥରାଜ ପଣ୍ଡା, ଲୋକନାଥ ମହାନ୍ତି, ଗୌତମ ସାହୁ, ଅଂଶୁମାନ ରଥ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ