୩୦ତମ ନାସନାଲ ସାଇକ୍ଲିଂଗ ଚ୍ୟାମ୍ପିଅନସିପ୍ ୨୦୨୫ ପ୍ରସ୍ତୁତି ବୈଠକ
୩୦ତମ ନାସନାଲ ସାଇକ୍ଲିଂଗ ଚ୍ୟାମ୍ପିଅନସିପ୍ ୨୦୨୫ ପ୍ରସ୍ତୁତି ବୈଠକ
୩୦ତମ ନାସନାଲ ସାଇକ୍ଲିଂଗ ଚ୍ୟାମ୍ପିଅନସିପ୍ ୨୦୨୫ ପ୍ରସ୍ତୁତି ବୈଠକ


ସମ୍ବଲପୁର, ୧୩ ନଭେମ୍ବର (ହି.ସ) ଆଜି ଜିଲ୍ଲାପାଳ ସମ୍ବଲପୁର ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ୩୦ତମ ନାସନାଲ ସାଇକ୍ଲିଂଗ ଚ୍ୟାମ୍ପିଅନସିପ୍ ୨୦୨୫ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ କ୍ରୀଡାର ଆୟୋଜନ ଓଡିଶା ସାଇକ୍ଲିଙ୍ଗ ଏସୋସିଏସନ୍ ଦ୍ୱାରା ଏବଂ କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନ, ସମ୍ବଲପୁର ମିଳିତ ସହଯୋଗରେ ଆୟୋଜିତ ହେବ। ଏହି ଚ୍ୟାମ୍ପିଅନସିପ୍ ୩ ରୁ ୬ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବ, ଯେଉଁଠାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଅଂଶଗ୍ରହଣକାରୀ ଯୋଗଦେବେ। ପ୍ରାୟ ୯୦୦ରୁ ୧୦୦୦ ପର୍ଯ୍ୟନ୍ତ ପ୍ରତିଭାଗୀ ଏଥିରେ ଅଂଶଗ୍ରହଣ କରିବେ। ସାଇକ୍ଲଥନ୍ ରୁଟ୍ ନକ୍ସାପାଲି ଓଭରବ୍ରିଜ୍ ରୁ ବିପିସିଏଲ ପେଟ୍ରୋଲ ପମ୍ପ, ଝାଙ୍କରପାଲି ପର୍ଯ୍ୟନ୍ତ ହେବ । ଆଜିର ବୈଠକରେ ବିଭିନ୍ନ ବିଭାଗର ଦାୟିତ୍ୱ ଓ କାର୍ଯ୍ୟବିଭାଗ, ନିବାସ ବ୍ୟବସ୍ଥା, ସୁରକ୍ଷା, ଲଜିଷ୍ଟିକ୍ସ, ମିଡିଆ କଭରେଜ୍, ଟ୍ରାଫିକ୍ ବ୍ୟବସ୍ଥାପନ ଓ ସ୍ଥାନ ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇଥିଲା। ସମ୍ବଲପୁର ଜିଲ୍ଲାପାଳ ଅନ୍ତର୍ବିଭାଗୀୟ ସମନ୍ୱୟ ଓ ଯଥାର୍ଥ ପ୍ରସ୍ତୁତି ମାଧ୍ୟମରେ ଏହି ଆୟୋଜନକୁ ଜାତୀୟ ସ୍ତରରେ ସଫଳ କରିବା ଓ ସମ୍ବଲପୁରକୁ ଜାତୀୟ କ୍ରୀଡା ମଞ୍ଚରେ ପ୍ରତିଷ୍ଠିତ କରିବା ଉପରେ ପ୍ରୟାସ କରିବାକୁ କହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande