ପାଠପଡାରୁ ବଞ୍ଚିଛ ୩ଶିଶୁ
ମୁଖୀଗୁଡା,୧୩ନଭେମ୍ବର(ହି.ସ) ଆଧାର କାର୍ଡ ଏବଂ ଜନ୍ମ ପ୍ରମାଣ ପତ୍ର ନଥିବାରୁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଧନସୁଲି ପଞ୍ଚାୟତ କେନ୍ଦୁଗୁଡାଗାଁର ୩ଶିଶୁ ପାଠପଢ଼ା ଏବଂ ଚାଉଳ ପାଇବାରୁ ବଞ୍ଚିଛ ହୋଇଛନ୍ତି ।କେନ୍ଦୁଗୁଡା ଗାଁର ବୁଧୁବାରି ମାଝୀଙ୍କ ଝିଅ ଇଚ୍ଛା ମାଝୀ (୧୦) ଏବଂ ପୁଅ ଗଜିନ
3sisu


ମୁଖୀଗୁଡା,୧୩ନଭେମ୍ବର(ହି.ସ) ଆଧାର କାର୍ଡ ଏବଂ ଜନ୍ମ ପ୍ରମାଣ ପତ୍ର ନଥିବାରୁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଧନସୁଲି ପଞ୍ଚାୟତ କେନ୍ଦୁଗୁଡାଗାଁର ୩ଶିଶୁ ପାଠପଢ଼ା ଏବଂ ଚାଉଳ ପାଇବାରୁ ବଞ୍ଚିଛ ହୋଇଛନ୍ତି ।କେନ୍ଦୁଗୁଡା ଗାଁର ବୁଧୁବାରି ମାଝୀଙ୍କ ଝିଅ ଇଚ୍ଛା ମାଝୀ (୧୦) ଏବଂ ପୁଅ ଗଜିନ୍ଦ୍ର ମାଝୀ (୭), ତ୍ରିନାଥ ମାଝୀଙ୍କ ଝିଅ ଅଞ୍ଜନା ମାଝୀ (୬) ଆଧାରକାର୍ଡ ନଥିବାରୁ ସ୍କୁଲ ଶିକ୍ଷାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି। ଅଙ୍ଗନବାଡିରୁ ରିପୋର୍ଟ ଯାଉଛି କିନ୍ତୁ ଜନ୍ମ ପ୍ରମାଣପତ୍ର ମିଳିପାରିଲା ନାହିଁ ।ଜନ୍ମ ପ୍ରମାଣପତ୍ର ନଥିବାରୁ ତାଙ୍କର ଆଧାର କାର୍ଡ ହୋଇ ପାରିନାହିଁ ।ଆଧାର କାର୍ଡ ନଥିବାରୁ ସେମାନଙ୍କୁ ଚାଉଳ ମଧ୍ୟ ମିଳୁ ନାହିଁ । ଏନେଇ ସ୍ଥାନୀୟ ସରପଞ୍ଚ କୈଳାସ ସାହୁଙ୍କୁ ପଚାରିବାରୁ ସେ ମୁଁ ର୍ଏନେଇ ବିଡିଓ ତଥା ଅନେକ ଥର ସମିତି ମିଟିଂରେ କହିଛି କିନ୍ତୁ କିଛି ସମାଧାନ ହୋଇନାହିଁ ବୋଲି କହିଥିଲେ ।ଜିଲ୍ଲା ପ୍ରଶାସନ ଏଥିପ୍ରତି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande