
ମାଲକାନଗିରି, ୧୩ ନଭେମ୍ବର(ହି.ସ.) – ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନାଂଚଳ ଅଧିନରେ ଥିବା ମାଟାମକୋଣ୍ଡା ଅଂଚଳରେ ବନ କର୍ମଚାରୀଙ୍କ ଦ୍ୱାରା ଫୁଟ ପାଟ୍ରୋଲିଂ ସମୟରେ ୪୮ଟି ଶିଶୁ କାଠ ଜବତ କରାଯାଇଛି। ଜବତ ହୋଇଥିବା ବନଉତ୍ପାଦକୁ ଚିତ୍ରକୋଣ୍ଡା ବନାଂଚଳ କାର୍ଯ୍ୟାଳୟରେ ରଖାଯାଇ ଘଟଣାର ତଦନ୍ତ ଜାରିରହିଛି। ବନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚିତ୍ରକୋଣ୍ଡା ବନ ବିଭାଗର ବନ କର୍ମଚାରୀମାନେ ଚାଲି ଚାଲି ମାଟାମକୋଣ୍ଡା ଅଂଚଳରେ ପେଟ୍ରୋଲିଂ କରୁଥିବାବେଳେ ସେଠାରେ କିଛି ଗଛ କାଟି ସେଥିରୁ କାଠ ବାହାର କରି ଗଚ୍ଛିତ ହୋଇଥିବା ଦେଖିବାକୁ ପାଇଥିଲେ। ତେବେ ଏହି କାଠଗୁଡ଼ିକୁ ଚୋରା ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବାବେଳେ ଏହାକୁ ବନ କର୍ମଚାରୀମାନେ ଜବତ କରିବା ସହ ଚିତ୍ରକୋଣ୍ଡା ବନ କାର୍ଯ୍ୟାଳୟକୁ ନେଇଯାଇଥିଲେ। ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବାବେଳେ ଏହି କାଠ କିଏ ଗଚ୍ଛିତ ରଖିଥିଲା ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ