ଭୋଜପୁର ସରସ୍ଵତୀ ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ
ଭୋଜପୁର ସରସ୍ଵତୀ ଶିଶୁ ମନ୍ଦିରରେ କ୍ରୀଡା ପ୍ରତିଯୋଗିତା
ଭୋଜପୁର ସରସ୍ଵତୀ ଶିଶୁ ମନ୍ଦିରରେ କ୍ରୀଡା ପ୍ରତିଯୋଗିତା


ସମ୍ବଲପୁର, ୧୩ ନଭେମ୍ବର (ହି.ସ.)- ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସ୍ଥିତ ଭୋଜପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଜୟକୃଷ୍ଣ ସାହୁଙ୍କ ସଭାପତିତ୍ବରେ ଦ୍ବିଦିବସୀୟ ଶିକ୍ଷା ବିକାଶ ସମିତି ଓଡିଶା ଯୋଜନା ଅଧିନିୟମ ଅନୁଯାୟୀ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚଳିତ ନଭେମ୍ବର ମାସ ୧୦ ଓ ୧୧ ତାରିଖରେ ବିଦ୍ୟାଳୟ ଖେଳ ଶିକ୍ଷକ ସଞ୍ଜୟ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିକୁଞ୍ଜ ବିହାରୀ ରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ଏବଂ ଶଗଡେଶ୍ବର ବାବାଙ୍କ ସହିତ ମା ନବଦୁର୍ଗାଙ୍କୁ ପୂଜା କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ ପାଠ ସହ ଶାରୀରିକ ପର୍ଯ୍ୟାୟରେ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ପ୍ରୋତ୍ସାହିତ କରିଥିଲେ। ସେହିପରି ଦ୍ଵିତୀୟ ଦିନ ଉଦଯାପନ ଦିବସ କାର୍ଯ୍ୟକ୍ରମରେ ଭୋଜପୁର ପୂର୍ବତନ ସରପଞ୍ଚ ଟିକେଶ୍ବର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅରୁଣ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୨୧୭ ଜଣ ଛାତ୍ରଛାତ୍ରୀ ୪୨ଟି ଖେଳରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ମାନେ ଛାତ୍ରଛାତ୍ରୀଙ୍କ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

ବିଦ୍ୟାଳୟ ପରିଚାଳନା ସଭାପତି ପ୍ରଶାନ୍ତ ନାୟକ, ଉପସଭାପତି ସୁପ୍ରଭା ମହାକୁଳ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ତରିଆ, ବିଦ୍ୟାଳୟ ସେବିକା, ବିଦ୍ୟାଳୟ ମାତୃ ମଣ୍ଡଳୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଖେଳରେ ସାହାଯ୍ୟ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିକ୍ରାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande