ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠା ଦିବସ ଓ ସମ୍ବିଧାନ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କେନ୍ଦୁଝର, 13 ନଭେମ୍ବର (ହି.ସ.)ଆସନ୍ତା ନଭେମ୍ବର 26 ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠା ଦିବସ ଓ ସମ୍ବିଧାନ ଦିବସ ଉପଲକ୍ଷେ ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂ ଙ୍କ ଆହ୍ବାନ କ୍ରମେ କେନ୍ଦୁଝର ଲାବନ୍ୟଛକ ପାର୍କ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠା ଦିବସ ନିମନ୍ତେ କେନ୍ଦୁଝର ଜ
ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠା ଦିବସ ଓ ସମ୍ବିଧାନ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


କେନ୍ଦୁଝର, 13 ନଭେମ୍ବର (ହି.ସ.)ଆସନ୍ତା ନଭେମ୍ବର 26 ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠା ଦିବସ ଓ ସମ୍ବିଧାନ ଦିବସ ଉପଲକ୍ଷେ ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂ ଙ୍କ ଆହ୍ବାନ କ୍ରମେ କେନ୍ଦୁଝର ଲାବନ୍ୟଛକ ପାର୍କ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠା ଦିବସ ନିମନ୍ତେ କେନ୍ଦୁଝର ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସଚେତନତା ସଭା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। 14 ନଭେମ୍ବର ଠାରୁ ଆରମ୍ଭ କରି 21 ନଭେମ୍ବର ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ୍ ମାନଙ୍କରେ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି। ନଭେମ୍ବର 26 ରେ ଜିଲ୍ଲା ର ବିଭିନ୍ନ ସମସ୍ୟା କୁ ନେଇ ଜିଲ୍ଲାପାଳ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଭାପତି ପ୍ରେମାନନ୍ଦ ସିଂ ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଜୈନୁଲ ଆବେଦିନ, ଜିଲ୍ଲା ସମ୍ପାଦକ ଶୁଭଙ୍କର ମହାନ୍ତି, ଶଶାଙ୍କ ଶେଖର ସାହୁ, ଜିଲ୍ଲା ଯୁବ ସଭାପତି ପ୍ରିତିଶ ହେମ୍ବ୍ରମ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଜୟକୃଷ୍ଣ ନାଏକ, ପାଟଣା ରୁ ଗଣେଶ୍ୱର ପାତ୍ର , ଦିପୁ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande