ପ୍ରଧାନ ଶିକ୍ଷକ ଙ୍କ ସ୍ଥାନରେ ରିସୋର୍ସ ପର୍ସନ ଭାବରେ ତାଲିମ୍ ଦେଉଛନ୍ତି ସହକାରୀ ଶିକ୍ଷକ, ଅଭିଯୋଗ କୁ ସ୍ୱୀକାର କଲେ ଉଚ୍ଚ କର୍ତ୍ତୃପକ୍ଷ
ବଲାଙ୍ଗିର, 13 ନଭେମ୍ବର (ହି.ସ.) ପ୍ରଧାନ ଶିକ୍ଷକଙ୍କ ଠାରେ ବିଭିନ୍ନ ଦକ୍ଷତା ହାସଲ ପାଇଁ ଆସନ୍ତା ୧୭ ତାରିଖଠାରୁ ୫ ଦିନ ପର୍ଯ୍ୟନ୍ତ ସମ୍ଭବ ତାଲିମ ରହିଛି। ଏହାପୂର୍ବରୁ ମଙ୍ଗଳବାର ଠାରୁ ୫ ଦିନ ପର୍ଯ୍ୟନ୍ତ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲରେ ରିସୋସ ପର୍ସନଙ୍କ ତାଲିମ ଆରମ୍ଭ ହୋଇଯାଇଛି । ଲୋଇସିଂହା
ପ୍ରଧାନ ଶିକ୍ଷକ ଙ୍କ ସ୍ଥାନରେ ରିସୋର୍ସ ପର୍ସନ ଭାବରେ ତାଲିମ୍ ଦେଉଛନ୍ତି ସହକାରୀ ଶିକ୍ଷକ, ଅଭିଯୋଗ କୁ ସ୍ୱୀକାର କଲେ ଉଚ୍ଚ କର୍ତ୍ତୃପକ୍ଷ


ବଲାଙ୍ଗିର, 13 ନଭେମ୍ବର (ହି.ସ.)

ପ୍ରଧାନ ଶିକ୍ଷକଙ୍କ ଠାରେ ବିଭିନ୍ନ ଦକ୍ଷତା ହାସଲ ପାଇଁ ଆସନ୍ତା ୧୭ ତାରିଖଠାରୁ ୫ ଦିନ ପର୍ଯ୍ୟନ୍ତ ସମ୍ଭବ ତାଲିମ ରହିଛି। ଏହାପୂର୍ବରୁ ମଙ୍ଗଳବାର ଠାରୁ ୫ ଦିନ ପର୍ଯ୍ୟନ୍ତ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲରେ ରିସୋସ ପର୍ସନଙ୍କ ତାଲିମ ଆରମ୍ଭ ହୋଇଯାଇଛି । ଲୋଇସିଂହା ବ୍ଳକରୁ ରିସୋସପର୍ସନ ପାଇଁ ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ୨ ଜଣ ସହକାରୀ ଶିକ୍ଷକ ତାଲିମ ପାଇଁ ପଠାଯାଇଛି। ବ୍ଳକରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଏ ସମ୍ପର୍କରେ ଆମେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଡିପିସି ପ୍ରଦୀପ ନାଗ ଙ୍କୁ ପଚାରିବାରୁ ଇନ୍ ଚାର୍ଜ ହେଡ଼ ମାଷ୍ଟର ଓ ଶିକ୍ଷକ ମାନେ ମଧ୍ଯ ତାଲିମ ନେଇ ପାରିବେ ବୋଲି କହିଥିଲେ l ପରବର୍ତ୍ତୀ ସମୟରେ ଏମାନେ ନିଜ ନିଜ ବ୍ଲକ ରେ ଜଣେ ରିସୋର୍ସପର୍ସନ ଭାବରେ ହେଡ଼ ମାଷ୍ଟର ମାନଙ୍କୁ ତାଲିମ ଦେଇ ପାରିବେ ବୋଲି କହିଥିଲେ l କେଉଁ ଗାଇଡଲାଇନ ବଳରେ ସେ ଏହା କହିଲେ ଆମେ ଜାଣି ନାହୁଁ କିନ୍ତୁ ଏଠାରେ ପ୍ରଶ୍ନ ଉଠେ, ଯଦି ଜଣେ ଶିକ୍ଷକ ହେଡ଼ମାଷ୍ଟର ଙ୍କୁ ତାଲିମ୍ ଦେବା ନିୟମ ପରିସରଭୁକ୍ତ ଅଛି ତେବେ ଜଣେ ହେଡ଼ମାଷ୍ଟର ଡିପିସି ଙ୍କୁ ମଧ୍ଯ ତାଲିମ ଦେବା କଥା କୁ ଅସ୍ୱୀକାର କରାଯାଇ ପାରିବ ନାହିଁ l ସେ ଯାହା ହେଉ, ୨୦ ଜଣ ସମ୍ଭବ ରିସୋସପର୍ସନ ତାଲିମ ପାଇଁ ଜଣେ ମଧ୍ୟ ପ୍ରଧାନ ଶିକ୍ଷକଙ୍କୁ ନ ପଠାଇ ୨ ଜଣ ସହକାରୀ ଶିକ୍ଷକଙ୍କୁ ପଠାଇବା ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚl ହେଉଛି। ରିସୋସପର୍ସନ ତାଲିମ ପାଇଁ ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର ସହକାରୀ ଶିକ୍ଷକ ରାଜ କୁମାର ଭୋଇ ଓ ସରଗାଡ ଲାଲବାହାଦୁର ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷକ ଜନତା ନାଗ ଙ୍କୁ ବ୍ଳକ ଶିକ୍ଷା ବିଭାଗରୁ ମନୋନୀତ କରି ପଠା ଯାଇଛି। ବ୍ଳକ ଶିକ୍ଷା ବିଭାଗର ଏପରି କାର୍ଯ୍ୟ ଯୋଗୁ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ ହୋଇପଡିଛି । ଆଗକୁ ବାର୍ଷିକ ପରୀକ୍ଷା ଆସୁଛି । ଏପରି ସମୟରେ ୨ ଜଣ ସହକାରୀ ଶିକ୍ଷକଙ୍କୁ ରିସୋସପର୍ସନ ପାଇଁ ପଠା ଯାଇଥିବାରୁ ସେହି ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ସମ୍ପୃକ୍ତ ଶିକ୍ଷକ ଦ୍ବୟଙ୍କ ବିଷୟ ଭିତ୍ତିକ ଶିକ୍ଷାଦାନ ରୁ ବଞ୍ଚିତ ହେବା ସୁନିଶ୍ଚିତ ହୋଇ ପଡିଛି। ଅପରପକ୍ଷେ, ଆସନ୍ତା ୧୭ ତାରିଖରୁ ପ୍ରଧାନ ଶିକ୍ଷକ ମାନେ ନେବେ ସମ୍ଭବ ତାଲିମ । ତେବେ ପ୍ରଧାନ ଶିକ୍ଷକଙ୍କ ଅଧୀନରେ ଥିବା ସହକାରୀ ଶିକ୍ଷକଦ୍ୱୟ ରିସୋସ ପର୍ସନ ସାଜି ତାଲିମ ଦେଲେ ତାହା କେତେ ଯୁକ୍ତି ଯୁକ୍ତ ବୋଲି ସାଧାରଣ ରେ ମତପ୍ରକାଶ ପାଉଛି । ଏହା ଛଡା ସରକାର ଶିକ୍ଷାନୁଷ୍ଠାନକୁ ବିଭିନ୍ନ ସମୟରେ ବିଭିନ୍ନ ଅନୁଦାନ ଯୋଗାଉଛନ୍ତି। ଏହି ଅନୁଦାନରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଗଠନରୁ ଆରମ୍ଭକରି ବିଭିନ୍ନ ଉପକରଣ କ୍ରୟ କରାଯାଉଛି। ଉପଯୁକ୍ତ ତାଲିମ ଅଭାବରୁ ଜିଏସଟି ଓ ସିଏସଟି ବିଲକୁ ନେଇ ଅନେକ ସମୟରେ ଶିକ୍ଷାନୁଷ୍ଠାନ ଗୁଡିକ ଠକେଇର ଶିକାର ହେଉଛନ୍ତି। ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ସହକାରୀ ଶିକ୍ଷକଙ୍କୁ ପଠାଇବା ଏପରି ତାଲିମର ମାନେ କଣ ରହିଲା ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏଠାରେ ବଡ ପ୍ରଶ୍ନ ହେଲା, ଯଦି ସରକାରୀ କାର୍ଯ୍ୟକ୍ରମରେ ଏଭଳି ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୁଏ, ତେବେ ସରକାରଙ୍କ ଏହି ମହତ୍ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରିବ କି ?

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande