
ସମ୍ବଲପୁର, ୧୩ ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ଆଜି ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୪୭ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ୧୪୭ ଜଣଙ୍କ ମଧ୍ୟରେ ଶ୍ରବଣ ବାଧିତ ୧୭, ଦୃଷ୍ଟି ବାଧିତା ୧୨, ମାନସିକ ବିକୃତି ୩୨ ଏବଂ ଶାରିରୀକ ଅକ୍ଷମତା ୮୬ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମ କୁ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଉଦଘାଟନ କରିଥିବା ବେଳେ ଡିଏସଏସଓ ସୌର ଚନ୍ଦ୍ର ପାଣି, ବିଏସଏସଓ ରଞ୍ଜିତ କୁମାର ସାହୁ, ଜେଏ ଅଜିତ କୁମାର ସାହୁ, ପିଏ ସୁଧୀର କୁମାର ସେନାପତି ପରିଚାଳନା କରିଥିଲେ। ବୁର୍ଲା ଭିମାସାର ରୁ ଶାରୀରିକ ଅକ୍ଷମତା ଡ଼ା. ସହୁନ ସାମଲ, ଚକ୍ଷୁ ବିଶେଷଜ୍ଞ ଡ଼ା. କାବ୍ୟ ନଜରିନ, ଶ୍ରବଣ ବିଶେଷଜ୍ଞ ଡ଼ା. ରଶ୍ମିତା ନାୟକ, ଭେଷଜ ବିଶେଷଜ୍ଞ ଡ଼ା. ସଂଜୀବ ମିଶ୍ର ଓ ଡ଼ା. ରଞ୍ଜନ କୁଜୁର ଏବଂ କ୍ଲିନିକାଲ ସାଇକୋଲୋଜିଷ୍ଟ ଆର. ଶତପଥୀ ଏବଂ ଅଡିଓଲୋଜିଷ୍ଟ ଓମ୍ ପ୍ରକାଶ ସାମନ୍ତ ପ୍ରମୁଖ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିରେ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ