ବିଜେପି କୃଷକ ମୋର୍ଚ୍ଚାର ଖରିଫ ଧାନ ସଂଗ୍ରହ ଅଭିଯାନ କର୍ମଶାଳା
କେନ୍ଦୁଝର, ୧୩ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲାରେ ଚଳିତ ଖରିଫ ଧାନ କିଣା କାରବାର ସ୍ଵଚ୍ଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଖରିଫ ଧାନ ସଂଗ୍ରହ ଅଭିଯାନ କର୍ମଶାଳା ଜିଲ୍ଲା ସଭାପତି ଭାଗିରଥି ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହ
Bjp krusaka morcha metting at keonjhar


କେନ୍ଦୁଝର, ୧୩ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲାରେ ଚଳିତ ଖରିଫ ଧାନ କିଣା କାରବାର ସ୍ଵଚ୍ଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଖରିଫ ଧାନ ସଂଗ୍ରହ ଅଭିଯାନ କର୍ମଶାଳା ଜିଲ୍ଲା ସଭାପତି ଭାଗିରଥି ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଚାଷୀ ମାନଙ୍କୁ ସମୃଦ୍ଧ କରିବା ସହିତ ଆୟକୁ ଦୁଇ ଗୁଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାର ବ୍ୟାପକ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି। ତାହାର ଲାଭ କିପରି ଭାବରେ ଚାଷୀ ମାନେ ପାଇବେ ସେଥିପ୍ରତି ସମସ୍ତ କାର୍ଯ୍ୟକର୍ତା କାମ କରିବା ପାଇଁ ଆହ୍ବାନ ଦେଇଥିଲେ। ଚଳିତ ଖରିଫ ଧାନ କିଣା କାରବାରରେ କଟନି ଛଟନି କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହେଶ୍ଵର ସାହୁ ତାଙ୍କ ଭାଷଣରେ କହିଥିଲେ। କେନ୍ଦୁଝର ଜିଲ୍ଲାରେ ଖରିଫ ଧାନ ଗତ ବର୍ଷ ୫୯ ହଜାର ଚାଷୀ ବିକ୍ରି କରିଥିବା ବେଳେ ଏବର୍ଷ ୭୯ ହଜାରରୁ ଉର୍ଦ୍ଧ୍ବ ଚାଷୀ ଧାନ ବିକ୍ରି ପାଇଁ ପଞୀକରଣ କରିଛନ୍ତି। ଗତ ବର୍ଷ ତୁଳନାରେ ୨୦ ହଜାର ଅଧିକ ଚାଷୀ ଜିଲ୍ଲାରେ ଧାନ ଚାଷ କରିବା ଏକ ଐତିହାସିକ ଲକ୍ଷଣ ଓ ଶୁଭ ସଂକେତ ବୋଲି ଶ୍ରୀ ସାହୁ କହିଥିଲେ। ଓଡ଼ିଶାର ୧୫ ଲକ୍ଷ ହେକ୍ଟର ଜମି ଜଳସେଚନ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଶ୍ରୀ ସାହୁ ସ୍ଵାଗତ କରିଥିଲେ।

ଏହି କର୍ମଶାଳାରେ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ତେଲକୋଇ ବିଧାୟକ ଫକୀର ନାୟକ, ବିଜେପି ରାଜ୍ୟ ସଂପାଦକ ଶ୍ରୀମତୀ ମମତା ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥିରାଜ କୁଅଁର, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ବିକ୍ରମ କେଶରୀ ରାଉତରାୟ, ବରିଷ୍ଠ ବିଜେପି ନେତା ରାଧାକାନ୍ତ ମହାନ୍ତ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ବରିଷ୍ଠ ବିଜେପି ନେତା ଶ୍ରୀଧର ସାହୁ, ସୁବ୍ରତ ମହାନ୍ତି, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ରାଜେଶ କୁମାର ସିଂହ, ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ, ସୁଧାକର ସାହୁ, ଶିଶିର କୁମାର ସାହୁ, ଧନୁର୍ଯୟ ମହାନ୍ତ, ପ୍ରଶାନ୍ତ କୁମାର ସ୍ୱାଇଁ, ଜୟ କୃଷ୍ଣ ମହାନ୍ତ, ଶିବେନ୍ଦ୍ରେ ଚକ୍ର, କୈଳାଶ ସାମଲ, ନିତ୍ୟାନନ୍ଦ ପହି, ପ୍ରଫୁଲ କୁମାର ନାୟକ, ଅନନ୍ତ ବାରିକ, ସନ୍ୟାସୀ ପାତ୍ର, ନିରଞ୍ଜନ ପାଣିଗ୍ରାହୀ, କୃଷ୍ନ ଚନ୍ଦ୍ର ମହାନ୍ତ, ଜୟ କୃଷ୍ଣ ମହାନ୍ତ, ପ୍ରମୋଦ କୁମାର ସାହୁ, ପ୍ରସନ୍ନ କୁମାର ନାୟକ, ବିପିନୀ ମହାନ୍ତ, ଗୌତମ ନାୟକ, ରାଜେଶ କୁମାର ମହାନ୍ତ, ଦୁର୍ଯ୍ୟଧନ ମହାନ୍ତ, କମଳା ନାୟକ, ରବିନ୍ଦ୍ର କୁମାର ଦେହୁରୀ, ରତିକାନ୍ତ ସାହୁ ପ୍ରମୁଖ ବହୁ ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଶତାଧିକ ଚାଷୀ ଯୋଗଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande