ବୋରିଗୁମ୍ମା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ଜୟପୁର, ୧୩ ନଭେମ୍ବର (ହି.ସ.)- ବୋରିଗୁମ୍ମା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋରିଗୁମ୍ମା ବ୍ଲକ ର ବିଭିନ୍ନ ଗ୍ରାମପଞ୍ଚାୟତରୁ ୩୦୦ରୁ ଉର୍ଦ୍ଧ ଚାଷୀ ଯୋଗଦାନ କରିଥିଲେ। ସେମାନଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧ
ବୋରିଗୁମ୍ମା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା


ଜୟପୁର, ୧୩ ନଭେମ୍ବର (ହି.ସ.)- ବୋରିଗୁମ୍ମା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋରିଗୁମ୍ମା ବ୍ଲକ ର ବିଭିନ୍ନ ଗ୍ରାମପଞ୍ଚାୟତରୁ ୩୦୦ରୁ ଉର୍ଦ୍ଧ ଚାଷୀ ଯୋଗଦାନ କରିଥିଲେ। ସେମାନଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ସୂଚନା ପୁସ୍ତିକା ପ୍ରଦାନ କରାଯାଇଥିଲା। ମୁଖ୍ୟ ବକ୍ତା ଭାବେ ପ୍ରାଣୀ ସମ୍ପଦ ବିଭାଗର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଲକ୍ଷ୍ମୀଧର ବେହେରା, ମତ୍ସ୍ୟ ବିଭାଗର ଏଏଫଓ ଲମ୍ବୋଦର ମହାପାତ୍ର, ବିଡ଼ିଓ ସୁକାନ୍ତ ପଟନାୟକ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଲୋକ ମାନଙ୍କୁ ସରକାରଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ଯୋଜନା ଏବଂ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥିମାନେ ଏହି ମେଳାରେ କୃଷକମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ମତ୍ସ୍ୟ ଓ ପ୍ରାଣୀପାଳନ କରି ଆତ୍ମନିର୍ଭଶୀଳ ହେବାକୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ୮ ଜଣ ସଫଳ କୃଷକ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande