୧୦ ଲକ୍ଷ ଟଙ୍କା ଲାଂଚ ନେବାବେଳେ ଏମସିଡିର କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ସିବିଆଇ
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)- କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦିଲ୍ଲୀ ନଗର ନିଗମ (ଏମସିଡି)ର ନଜଫଗଡ଼ ଜୋନରେ ନିଯୁକ୍ତ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ୧୦ ଲକ୍ଷ ଲାଂଚ ନେବା ସମୟରେ ଗିରଫ କରିଛି । ସିବିଆଇ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ମାମଲା ନଭେମ୍ବର ୧୧ ତାରିଖରେ ରୁଜୁ ହୋଇଥି
୧୦ ଲକ୍ଷ ଟଙ୍କା ଲାଂଚ ନେବାବେଳେ ଏମସିଡିର କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ସିବିଆଇ


ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)- କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦିଲ୍ଲୀ ନଗର ନିଗମ (ଏମସିଡି)ର ନଜଫଗଡ଼ ଜୋନରେ ନିଯୁକ୍ତ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ୧୦ ଲକ୍ଷ ଲାଂଚ ନେବା ସମୟରେ ଗିରଫ କରିଛି ।

ସିବିଆଇ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ମାମଲା ନଭେମ୍ବର ୧୧ ତାରିଖରେ ରୁଜୁ ହୋଇଥିଲା, ଯେଉଁଥିରେ ନଜଫଗଡ଼ ଜୋନ୍ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଏକ ଏଫଆଇଆର ଦାୟର୍ ହୋଇଥିଲା । ଅଭିଯୋଗ ହୋଇଛି ଯେ, ଏହି ଇଞ୍ଜିନିୟରମାନେ ପ୍ରାୟ ୩ କୋଟି ଟଙ୍କାର ବକେୟା ବିଲ୍ ପରିଶୋଧ କରିବା ପାଇଁ ଅଭିଯୋଗକାରୀଙ୍କ ଠାରୁ ୨୫ ଲକ୍ଷ ୪୨ ହଜାର ଟଙ୍କା ଲାଂଚ ଦାବି କରିଥିଲେ । ନଭେମ୍ବର ୧୧ ତାରିଖରେ, ସିବିଆଇ ଏକ ଜାଲ ବିଛାଇ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗକାରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ତଥା ଲାଂଚର ପ୍ରଥମ କିସ୍ତି ଗ୍ରହଣ କରିବା ସମୟରେ ଧରିଥିଲା । ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା । ପରବର୍ତୀ ସମୟରେ ଏଜେନ୍ସି ଅଭିଯୁକ୍ତଙ୍କ ବିଭିନ୍ନ ଠିକଣାରେ ତଲାସୀ କରିଥିଲା, ଯେଉଁଥିରେ ବିପୁଳ ପରିମାଣର ନଗଦ, ଅଳଙ୍କାର ଏବଂ ସମ୍ପତି ସମ୍ବନ୍ଧୀୟ କାଗଜପତ୍ର ଜବତ କରିଥିଲା । ମାମଲାରେ ନାମିତ ଯନ୍ତ୍ରୀମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆରସି ଶର୍ମା, ସହକାରୀ ଯନ୍ତ୍ରୀ ନବୀନ କାଉଲ ଏବଂ କନିଷ୍ଠ ଯନ୍ତ୍ରୀ ଅଜୟ ବବରୱାଲ ସାମିଲ୍ ଅଛନ୍ତି । ଅଜୟ ବବରୱାଲଙ୍କୁ ଗିରଫ କରାଯାଇଛି । ମାମଲାର ତଦନ୍ତ ଚାଲିଥିବା କହିଛି ସିବିଆଇ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande