ଚାନ୍ଦବାଲି ଜଳସମ୍ପଦ ବିଭାଗ ଗୃହ ୩ବର୍ଷ ହେବ ଜବରଦଖଲକାରୀଙ୍କ କବଜାରେ, ଅଭିଯୋଗ କଲେ ମିଛ କେସରେ ଫସାଇବାର ଧମକ
ଭଦ୍ରକ, ୧୩ ନଭେମ୍ବର (ହି.ସ.) - ଏହି ଜିଲାର ଚାନ୍ଦବାଲି ଜଳସମ୍ପଦ ବିଭାଗର ଗୃହ ଏବେ କବଜାକାରୀଙ୍କ ହାବୁଡରେ। ଘର ଖାଲି କରିବାକୁ କହିବାରୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଥାନାରେ ମିଛ କେସରେ ଫସାଇଦେବାକୁ ଧମକ ମଧ୍ୟ ଦେଖାଉଛନ୍ତି। ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ଥାନା ନିକଟରେ ଥିବା ଜଳସମ୍ପଦ ବ
CHANDBALI JALA SAMPAD BIBHAGA


ଭଦ୍ରକ, ୧୩ ନଭେମ୍ବର (ହି.ସ.) - ଏହି ଜିଲାର ଚାନ୍ଦବାଲି ଜଳସମ୍ପଦ ବିଭାଗର ଗୃହ ଏବେ କବଜାକାରୀଙ୍କ ହାବୁଡରେ। ଘର ଖାଲି କରିବାକୁ କହିବାରୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଥାନାରେ ମିଛ କେସରେ ଫସାଇଦେବାକୁ ଧମକ ମଧ୍ୟ ଦେଖାଉଛନ୍ତି। ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ଥାନା ନିକଟରେ ଥିବା ଜଳସମ୍ପଦ ବିଭାଗର ଏକ ଗୃହ ସାଧାରଣ କବଜାକାରୀଙ୍କ ଅଧିନରେ ଅଛି। ଏହି ଘର ଟି ଦୀର୍ଘ ୩ବର୍ଷ ହେବ ସଂପୃକ୍ତ ବ୍ୟକ୍ତି କବଜା କରି ରଖିଥିବା ବେଳେ ଏହାକୁ ଖାଲି କରିବାକୁ ସଂପୃକ୍ତ ଅଧିକାରୀ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାଇ ୨୦୨୩ ମସିହାରେ ଚାନ୍ଦବାଲି ଅଂଚଳର ଜୈନିକ ବ୍ୟକ୍ତି ଜଣକ ଏହି ବିଭାଗର ରାତ୍ର ଜଗୁଆଳି ଭାବେ କାମ କରୁଥିଲା। ସେହି ସମୟରେ କୌଣସି ପ୍ରକାରେ ସଂପୃକ୍ତ ବ୍ୟକ୍ତି ଜଣକ ଏହି ଘରକୁ ନିଜ ଦଖଲକୁ ନେଇଯାଇ ବସବାସ କରିବା ଆରମ୍ଭ କରିଦେଲେ। ସମୟକ୍ରମେ ସଂପୃକ୍ତ ବ୍ୟକ୍ତି ଜଣକ ଜବରଦଖଲ କରି ଆସୁଥିବା ବେଳେ ଚାନ୍ଦବାଲି ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଭାବେ ସୂରଜ ମଲିକ ଯୋଗଦେଇଥିଲେ। ପରେ ସଂପୃକ୍ତ ସହକାରୀ ଯନ୍ତ୍ରୀ ଜଣକ ବିଭାଗୀୟ ଘରକୁ କବଜା କରିଥିବା ବ୍ୟକ୍ତି ବିଶେଷକୁ ଏହି ଘର ଛାଡିବା ପାଇଁ କହିଥିଲେ। ମାତ୍ର ସଂପୃକ୍ତ ଜବରଦଖଲକାରୀ ଜଣକ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ନାଲିଆଖି ଦେଖାଇବା ସହ ଏ ନେଇ ଚାନ୍ଦବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଚାନ୍ଦବାଲି ଥାନାଧିକାରୀ ଏହି କେସରେ ଦୁଇ ଜଣକୁ ଡକାଇ ଆପୋଷ ସମାଧାନ କରିବାକୁ ଚେଷ୍ଟା କରିଥିବା ବେଳେ ସଂପୃକ୍ତ ଜବରଦଖଲ କାରୀ ଜଣକ ପୁନଶ୍ଚ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ତାଙ୍କୁ ଏବଂ ତାଙ୍କ ମାଙ୍କୁ ଅଶାଳୀନ ବ୍ୟବହାର ଦେଖାଉଛନ୍ତି ବୋଲି ଅଭିଯୋଗ ଆଣିଥିଲେ ଏବଂ ବେଶି କିଛି କହିଲେ ତୁମର ଚାକିରୀ ଖାଇଦେବୁ ବୋଲି ଧମକ ମଧ୍ୟ ଦେଇଥିଲେ। ଇତି ମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଜଳସମ୍ପଦ ବିଭାଗର ଘର ସଂପୃକ୍ତ ଜବରଦଖଲକାରୀଙ୍କ କବଜାରେ ଥିବା ବେଳେ ଏହି ବିଭାଗରେ ନିଯୁକ୍ତି ପାଇଥିବା ଜଗୁଆଳୀ ଜଣକ ବାରଦୁଆର ଶୁଣ୍ଢିପିଣ୍ଢା ହେଉଛନ୍ତି। ସଂପୃକ୍ତ ଘର ଖାଲି କରିବାକୁ ବିଭାଗୀୟ ସହକାରୀ ଯନ୍ତ୍ରୀ ଜଣକ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜଳସମ୍ପଦ ବିଭାଗର ଯନ୍ତ୍ରୀ ମୁଖ୍ୟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କେବେ ପ୍ରଶାସନ ଏହି କବଜାକାରୀଙ୍କ ଠାରୁ ଏହି ଘର ବେଦଖଲ କରିବେ ତାହା ଚର୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande