ଆନ୍ତଃ ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ମାଧ୍ୟମରେ ଜିଲ୍ଲା ଦଳର ଚୟନ ପ୍ରକିୟା
ଜୟପୁର , 13 ନଭେମ୍ବର (ହି.ସ.)ଜୟପୁରସ୍ଥିତ ଦଶହରା ପଡିଆ ଷ୍ଟାଡିୟମ ଏବଂ ବିକ୍ରମଦେବ ବିଶ୍ବବିଦ୍ୟାଳୟ ଖେଳ ପଡିଆ ଠାରେ କୋରାପୁଟ ଜିଲ୍ଲା ଆନ୍ତଃ ବିଦ୍ୟାଳୟ କ୍ରିକେଟ ଖେଳାଳି ଚୟନ ପ୍ରକିୟା ଆଜି ଦ୍ବିତୀୟ ଦିବସରେ ରେଡ ଏବଂ ଓରେଞ୍ଜ ଦଳ ବିଜୟୀ ହୋଇଛନ୍ତି । ସମୁଦା ୪ଦଳକୁ ନେଇ ଗଠନ କରାଯାଇ ପ୍ରତିଯେ
ଆନ୍ତଃ ବିଦ୍ୟାଳୟ  କ୍ରିକେଟ ପ୍ରତିଯୋଗିତା ମାଧ୍ୟମରେ ଜିଲ୍ଲା ଦଳର ଚୟନ ପ୍ରକିୟା


ଜୟପୁର , 13 ନଭେମ୍ବର (ହି.ସ.)ଜୟପୁରସ୍ଥିତ ଦଶହରା ପଡିଆ ଷ୍ଟାଡିୟମ ଏବଂ ବିକ୍ରମଦେବ ବିଶ୍ବବିଦ୍ୟାଳୟ ଖେଳ ପଡିଆ ଠାରେ କୋରାପୁଟ ଜିଲ୍ଲା ଆନ୍ତଃ ବିଦ୍ୟାଳୟ କ୍ରିକେଟ ଖେଳାଳି ଚୟନ ପ୍ରକିୟା ଆଜି ଦ୍ବିତୀୟ ଦିବସରେ ରେଡ ଏବଂ ଓରେଞ୍ଜ ଦଳ ବିଜୟୀ ହୋଇଛନ୍ତି । ସମୁଦା ୪ଦଳକୁ ନେଇ ଗଠନ କରାଯାଇ ପ୍ରତିଯୋଗିତା ମାଧ୍ୟମରେ ଖେଳାଳି ଚୟନ କରାଯାଉଛି । ଆଜିର ପ୍ରଥମ ମ୍ୟାଚ ଦଶହରା ପଡିଆ ଠାରେ ରେଡ୍ ଏବଂ ୟାଲୋ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରେଡ ଦଳ ପ୍ରଥମେ ବ୍ୟାଟିଂ କରିବା ସହ ୩୧. ୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ ସଂଗ୍ରହ କରିଥିଲେ । ନିର୍ଦ୍ଧାରିତ ବିଜୟୀ ରନର ପିଛା କରି ୟାଲୋ ଦଳ ୯.୩ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୪୦ ରନ ସଂଗ୍ରହ କରିଥିଲେ ଏହିପରି ରେଡ ଦଳ ୧୭୩ ରନରେ ବିଜୟୀ ହୋଇଥିଲେ । ବିଜୟୀ ରେଡ୍ ଦଳର ବିକାଶ ପାଟିକା ୧୦୯ ରନ କରିଥିଲେ । ସେହି ଶ୍ରେଷ୍ଠ ବୋଲର ଭାବେ ରେଡ୍ ଦଳର ଓମ ବାହାଦୁର ଲାମା ୪.୩ ଓଭରରେ ୨୧ରନ ଦେଇ ୬ଟି ୱିକେଟ ହାସଲ କରିଥିଲେ । ସେହିପରି ଦ୍ବିତୀୟ ମ୍ୟାଚ ବିକ୍ରମଦେବ ବିଶ୍ବବିଦ୍ୟାଳୟ ପଡିଆ ଠାରେ ବ୍ଲୁ ଏବଂ ଓରେଞ୍ଜ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ଲକ ଦଳ ବ୍ୟାଟିଂ କରିଥିଲେ ଏବଂ ୨୩.୪ ଓଭରରେ ସମସ୍ତ ୱିକେଟ ହରାଇ ୧୦୩ ରନ ସଂଗ୍ରହ କରିଥିଲେ । ବିଜୟୀ ଲକ୍ଷ୍ୟ ନେଇ ଓରେଞ୍ଜ ଦଳ ୨୫.୨ ଓଭରରେ ୭ଟି ୱିକେଟ ହରାଇ ୧୦୬ ରନ ସଂଗ୍ରହ କରିବା ସହ ୩ ୱିକେଟରେ ବିଜୟୀ ହୋଇଥିଲେ । ଆଜିର ପ୍ରଥମ ମ୍ୟାଚରେ ଅନୁପ ପାତ୍ର ଏବଂ ଦ୍ବିତୀୟ ମ୍ୟାଚରେ ଏଡିମୁଲାମ ହର୍ଷବର୍ଦ୍ଧନ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଏମ୍ପାୟାର ଭାବେ ପ୍ରଥମ ମ୍ୟାଚରେ ପ୍ରିୟ ରଞ୍ଜନ ପାତ୍ର , ଅବୈଦ ନାୟକ ଏବଂ ଦ୍ବିତୀୟ ମ୍ୟାଚରେ ଶୁଭମ ସିଂ ଓ ପ୍ରଶନ୍ନ ବେହେରା ମ୍ୟାଚ ପରିଚାଳନା କରିଥିଲେ । ସେହିପରି ସ୍କୋରର ଭାବେ ବିକ୍ରମ ଦେବ ମହାପାତ୍ର, ଅକ୍ଷୟ କୁମାର ପ୍ରଧାନୀ, ସାହୁକାର ଗୌରବ ଏବଂ ଶୁଭମ ସ୍ବାଗତ ସ୍ବାଇଁ ସ୍ଲୋର ଲେଖକ ଭାବେ ଦାୟ୍ବୀତ୍ବ ନିର୍ବାହ କରିଥିଲେ । ଉପଖଣ୍ଡ କ୍ରୀଡା ସମ୍ପାଦକ ରବି ନାୟକଙ୍କ ତତ୍ବାଧାନରେ ୩ଜଣ ଚୟନକର୍ତ୍ତା ବାବୁଲା ରାଉତ, ବାପି ପରିଡା, ବଳରାମ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande