ପାଟଣା ବ୍ଲକର ଅଲୋଡ଼ା ଶବକୁ ଆଣି କେନ୍ଦୁଝର ଆଦର୍ଶ ଶ୍ମଶାନରେ ସତ୍କାର କଲା ଭରସା ପରିବାର ଟ୍ରଷ୍ଟ
କେନ୍ଦୁଝର, ୧୩ ନଭେମ୍ବର (ହି.ସ.)- ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଝାଞ୍ଚାସାହିରେ ଦିନମଜୁରିଆ ବିଧବା ଅନୁସା ମହାରଣା ନିଜ ଝିଅ ସହିତ ରହିଆସୁଥିଲେ। ଦୀର୍ଘଦିନ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିବା ତାଙ୍କ ଝିଅ ଶବସତ୍କାର ପାଇଁ ଅସମର୍ଥ ପ୍ରକାଶ କରି ପରିଚିତ ଲୋକଙ୍କୁ ଶବସତ୍କାର ପାଇଁ ଅନୁରୋଧ କ
ପାଟଣା ବ୍ଲକର ଅଲୋଡ଼ା ଶବକୁ ଆଣି କେନ୍ଦୁଝର ଆଦର୍ଶ ଶ୍ମଶାନରେ ସତ୍କାର କଲା ଭରସା ପରିବାର ଟ୍ରଷ୍ଟ


କେନ୍ଦୁଝର, ୧୩ ନଭେମ୍ବର (ହି.ସ.)- ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଝାଞ୍ଚାସାହିରେ ଦିନମଜୁରିଆ ବିଧବା ଅନୁସା ମହାରଣା ନିଜ ଝିଅ ସହିତ ରହିଆସୁଥିଲେ। ଦୀର୍ଘଦିନ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିବା ତାଙ୍କ ଝିଅ ଶବସତ୍କାର ପାଇଁ ଅସମର୍ଥ ପ୍ରକାଶ କରି ପରିଚିତ ଲୋକଙ୍କୁ ଶବସତ୍କାର ପାଇଁ ଅନୁରୋଧ କରି ନିରାଶ ହେବା ପରେ ସ୍ଥାନୀୟ ସରପଞ୍ଚ ଅନିରୁଦ୍ଧ ବେହେରାଙ୍କୁ ଅନୁରୋଧ କରିଥିଲେ।

ସରପଞ୍ଚ ଚେଷ୍ଟା କରି କରି ବିଳମ୍ବ ହେବା ଦେଖି ଅଲୋଡ଼ା ଶବସତ୍କାର କରି କରି ଜିଲ୍ଲାରେ ଚର୍ଚ୍ଚାରେ ଥିବା ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଭରସା ପରିବାର ଟ୍ରଷ୍ଟର ସଭାପତି ଲମ୍ବୋଦର ମହାନ୍ତଙ୍କୁ ଅନୁରୋଧ କରିଥିଲେ। ସଭାପତିଙ୍କ ଅନୁରୋଧ କ୍ରମେ କେନ୍ଦୁଝର ଟ୍ରକ ମାଲିକ ସଂଘ ସମ୍ପାଦକ ପ୍ରଦୀପ ବାରିକଙ୍କ ତତ୍ବାବଧାନରେ ଥିବା ମହାଯାତ୍ରା ଯାନ ମାଧ୍ୟମରେ ପାଟଣା ବ୍ଲକ ସଭାପତି ସୁମନୁ ବାରିକ, ସଦସ୍ୟ ଚୁନିଲାଲ ଦାଶ, ମିଥୁନ ମହାନ୍ତି, ଚଗଲୁ ଜେନା, ଶିବାଶିଷ ପ୍ରଧାନ ପ୍ରମୁଖ ଦୀର୍ଘ ୪୦ କି.ମି. ମୃତକଙ୍କ ଘରକୁ ଯାଇ ଶବକୁ ଉଦ୍ଧାର କରି କେନ୍ଦୁଝର ଧାଙ୍ଗରପଡାସ୍ଥିତ ଆଦର୍ଶ ଶ୍ମଶାନକୁ ଆଣି ବିଦ୍ଧି ମୁତାବକ ଶବସତ୍କାର କରି ଅମର ଆତ୍ମାର ସଦଗତି କାମନା କରିଥିଲେ। ସରକାରୀ ବା ବେସରକାରୀ ସଂସ୍ଥାର ବିନା ଅନୁଦାନରେ ବିଭିନ୍ନ ସେବା କାର୍ଯ୍ୟକୁ ଦୀର୍ଘ ୫ ବର୍ଷ ଧରି କରିଆସୁଥ‌ିବା ସ୍ବେଛାସେବୀ ସଂଗଠନକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

ଏପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୧୫୯ ଅଲୋଡ଼ା ଶବସତ୍କାର କରି ଜିଲ୍ଲାରେ ଚର୍ଚ୍ଚାରେ ରହିଛି ଭରସା ପରିବାର ଟ୍ରଷ୍ଟ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande