
ମାଲକାନଗିରି, ୧୩ ନଭେମ୍ବର(ହି.ସ.) – ମାଲକାନଗିରି ଜିଲ୍ଲା ବଣିଜ ସଂଘ ପକ୍ଷରୁ ଏକ ବନ୍ଧୁ ମିଳନ ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ସଂଘର ସଭାପତି ସୁରେଶ ଚନ୍ଦ୍ର ସୋମାନି ଅଧ୍ୟକ୍ଷତା କରିଥିବା ବେଳେ ସଂଘର ଅନ୍ୟ କର୍ମକର୍ତା ଓ ସଦସ୍ୟ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲା ବଣିକ ସଂଘର ବିଭିନ୍ନ ବିଷୟକୁ ନେଇ ଆଲୋଚନା କରା ଯାଇଥିଲା। ବିଶେଷ କରି ସଂଘର ଆଗାମୀ ଦିନର ପଦକ୍ଷେପ, ସଦସ୍ୟମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ଓ ଜିଲ୍ଲାରେ ବ୍ୟବସାୟୀମାନଙ୍କ ରହିଥିବା ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ବୈଠକଟି ଜିଲ୍ଲା ସଦରରେ ଥିବା ନଗର ଭବନ ପରିସରରେ ଆୟୋଜିତ ହୋଇଥିବା ବେଳେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ଏହି ବୈଠକ ରେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ