
ଜୟପୁର , 13 ନଭେମ୍ବର (ହି.ସ.) ଦେଶି ମଦ ଚାଲାଣ ବେଳେ ଅବକାରି ନିରିକ୍ଷକ କାଯ୍ୟାଳୟ ଓ ଜୟପୁର ଅବକାରି ଥାନା ମିଳିତ ଚଢାଉ କରି ତିନି ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସାନ ଜିଉନା ଗ୍ରାମର ପବିତ୍ର ନାୟକ, ଫାମ୍ପୁଣିର ଧନପତି ଗୌଡ ସହ ଜଣେ ମହିଳା । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଓ ନିିରିକ୍ଷକ କାଯ୍ୟାଳୟ ଆଜି ସାନ ଜିଉନା ସହ ଫାମ୍ପୁଣିର ୨ଟି ସ୍ଥାନରେ ଚଢାଉ କରିଛି । ଚଢାଉ କରି ୩ ଅଭିଯୁକ୍ତ କୁ ଗିରଫ କରି ୩୧ ଲିଟର ଦେଶି ମଦ ଜବତ କରିଛି । ଗିରଫ ୩ ଅଭିଯୁକ୍ତ କୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି