
ବଲାଙ୍ଗିର, 13 ନଭେମ୍ବର (ହି.ସ.)
ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଲି ପଞ୍ଚାୟତ ଫପସି ଖେଳ ପଡିଆ ଠାରେ ଆର୍ସିବି ଯୁବକ ସଂଘ ଆନୁକୂଲ୍ୟନେ ୬ ଦିନ ଧରି ଆୟୋଜିତ ହୋଇ ଥିବା ଫପସି ମହୋତ୍ସବ ଉଦଯାପିତ ହୋଇଯାଇଛି । କଳା, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଦୀର୍ଘ ୩ ବର୍ଷ ହେବ ପ୍ରୟାସ ଜାରି ରଖିଛନ୍ତି । ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗଦେଇ ଥିଲେ । ଏହି ଅବସରରେ ପଦ୍ମଶ୍ରୀ ହଲଧର ନାଗଙ୍କୁ କମିଟି ପକ୍ଷରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଅନ୍ୟପଟେ ବିସ୍ଥାପିତ ଭଳି ଛୋଟ ଗାଁରେ ହଜାର ହଜାର ଲୋକ ଦେଖି ମୁଁ ଆନନ୍ଦିତ ହେବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏହି ଉତ୍ସବକୁ ରାଜ୍ୟ ସ୍ତରୀୟ ଉତ୍ସବ ରୂପରେ ପରିଣତ କରିବା ପାଇଁ ମୁଁ ଜଣାଇବି ବୋଲି ଅଭିଭାଷଣ ଦେଇଥିଲେ । ପରେ ପଶ୍ଚିମ ଓଡିଶାର ସୁନାମ ଅର୍ଜନ କରି ଥିବା କଣ୍ଠଶିଳ୍ପୀ ରୁକୁ ସୁନା ଓ ଦୀପ୍ତି ସ୍ୱାଇଁଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଦର୍ଶକଙ୍କ ଭିଡ଼ ସାଙ୍ଗକୁ ସମ୍ବଲପୁରୀ ଗୀତରେ ଝୁମିଥିଲେ ଦର୍ଶକ । ଏହି କାର୍ଯ୍ୟକ୍ରମରେ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ