ଏମ୍‌ଭି୨୪ ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢ଼ାଉ, ୬୧ଟି କାଠ ପଟା ଜବତ
ମାଲକାନଗିରି, ୧୩ ନଭେମ୍ବର(ହି.ସ.) – ମାଲକାନଗିରି ବନ ବିଭାଗ ପକ୍ଷରୁ ଏମ୍‌ଭି ୨୪ ଗ୍ରାମରେ ବିପୁଳ କାଠ ଜବତ ଥିବା ନେଇ ଭରସାଯୋଗ୍ୟ ସୂଚନା ମିଳିବା ପରେ ସେଠାରେ ଚଢାଉ କରି ବିପୁଳ କାଠ ଜବତ କରାଯାଇଛି। ତଥ୍ୟ ଅନୁଯାୟୀ ମାଲକାନଗିରି ବନାଂଚଳ ଅଧିନରେ ଥିବା ଏମ୍‌ଭି ୨୪ରେ ଅବୈଧ ଭାବରେ କାଠ ସଂଗ୍ରହ ଓ ବ୍
ଏମ୍‌ଭି୨୪ ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢ଼ାଉ, ୬୧ଟି କାଠ ପଟା ଜବତ


ମାଲକାନଗିରି, ୧୩ ନଭେମ୍ବର(ହି.ସ.) – ମାଲକାନଗିରି ବନ ବିଭାଗ ପକ୍ଷରୁ ଏମ୍‌ଭି ୨୪ ଗ୍ରାମରେ ବିପୁଳ କାଠ ଜବତ ଥିବା ନେଇ ଭରସାଯୋଗ୍ୟ ସୂଚନା ମିଳିବା ପରେ ସେଠାରେ ଚଢାଉ କରି ବିପୁଳ କାଠ ଜବତ କରାଯାଇଛି। ତଥ୍ୟ ଅନୁଯାୟୀ ମାଲକାନଗିରି ବନାଂଚଳ ଅଧିନରେ ଥିବା ଏମ୍‌ଭି ୨୪ରେ ଅବୈଧ ଭାବରେ କାଠ ସଂଗ୍ରହ ଓ ବ୍ୟବସାୟ ହେଉଥିବା ନେଇ ବନ ବିଭାଗକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ମାଲକାନଗିରି, ଚିତ୍ରକୋଣ୍ଡା, ମୋଟୁ ଓ ବାଲିମେଳା ରେଞ୍ଜର ବନ ବିଭାଗ ଷ୍ଟାଫ୍‌ମାନଙ୍କ ମିଳିତ ଦଳ ଦ୍ୱାରା ମାଲକାନଗିରି ରେଞ୍ଜ ଅଧିନ ଏମ୍‌ଭି ୨୪ ଗ୍ରାମରେ ମିଳିତ ଚଢ଼ାଉ କରଯାଇଥିଲା। ଏହି ଅଭିଯାନ ସମୟରେ ମୋଟ ୬୧ଟି କାଠ ପଟା ଜବତ କରାଯାଇଛି, ଯାହା ଅବୈଧ ଭାବରେ ବ୍ୟବସାୟ ପାଇଁ ସଂଗ୍ରହ କରାଯାଇଥିଲା ବୋଲି ଜଣାପଡିଛି। ଏହି ଘଟଣା ସମ୍ପର୍କରେ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ୍ୟାୟିକ ବିଚାର ପାଇଁ ଅଦାଲତରେ ହାଜର କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande