ନୂଆଗାଁରେ ଚତୁର୍ଥ ବାର୍ଷିକ ଭାଗବତ ସମ୍ମିଳନୀ ଅନୁଷ୍ଠିତ
କେନ୍ଦୁଝର, ୧୩ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଜୋନ୍ ନୂଆଗାଁରେ ଚତୁର୍ଥ ବାର୍ଷିକ ଭାଗବତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏକ ଭକ୍ତିମୟ ପରିବେଶରେ ଭଗାମୁଣ୍ଡା ଅଞ୍ଚଳଟି ତିନିଦିନ ଭଜନ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା। ସଂସ୍କୃତି ପରମ୍ପରାର ଭାଗବତ ସମ୍ମିଳ
ନୂଆଗାଁରେ ଚତୁର୍ଥ ବାର୍ଷିକ ଭାଗବତ ସମ୍ମିଳନୀ ଅନୁଷ୍ଠିତ


କେନ୍ଦୁଝର, ୧୩ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଜୋନ୍ ନୂଆଗାଁରେ ଚତୁର୍ଥ ବାର୍ଷିକ ଭାଗବତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏକ ଭକ୍ତିମୟ ପରିବେଶରେ ଭଗାମୁଣ୍ଡା ଅଞ୍ଚଳଟି ତିନିଦିନ ଭଜନ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା। ସଂସ୍କୃତି ପରମ୍ପରାର ଭାଗବତ ସମ୍ମିଳନୀ ମଧ୍ୟରେ ଭାଇଚାରାର ଏକାତା ବଜାୟ ରଖୁଛି ଏହି ଅଞ୍ଚଳ। ଶେଷ ଦିବସରେ ମୁଖ୍ୟ ଅତିଥି ରୂପେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପସଭାପତି ଗୋପିନାଥ ରାମ, ହରିଚନ୍ଦନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଳୟ କୁମାର ନାୟକ, ଭଗାମୁଣ୍ଡା ସରପଞ୍ଚ ଫୁଲମଣୀ ନାୟକ, ଆଞ୍ଚଳିକ ବିକାଶ ମଞ୍ଚ ହରିଚନ୍ଦନପୁର ସଭାପତି ରଣଜିତ୍ କୁମାର ସାହୁ, ଜିଲ୍ଲା ବିଜେପି ଯୁବମୋର୍ଚା ସାଧାରଣ ସମ୍ପାଦକ ପ୍ରେମ ପ୍ରକାଶ ମୁଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଭାଗବତ ମହାସଂଘ ସଭାପତି କୂଳମଣୀ ନାୟକ, ସମ୍ମାନନୀୟ ଅତିଥି ଗଣ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande