କେନାଲ ରାସ୍ତାରୁ ବେଆଇନି ଗୋରୁ ଗାଡି ଜବତ, ୧୮ ଗୋରୁ ଉଦ୍ଧାର, ୨ ଗୋରୁ ମୃତ୍ୟୁ
ଭଦ୍ରକ, ୧୩ ନଭେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଧୁଷୁରୀ ଥାନା ଅଧିନ ଗୋବିନ୍ଦପୁର ପଂଚାୟତ କୋରୁଆ କେନାଲ ଉପରେ ଗୋ ଚାଲାଣ ବେଳେ ଗୋଟିଏ ପିକଅପ ଗାଡ଼ି ଜବତ ହୋଇଛି। ଏହି ଗାଡ଼ିରୁ ୧୮ ଟି ଗୋରୁ ଉଦ୍ଧାର କରାଯାଇଛିଓ ଦୁଇ ଟି ମୃତ ଗୋରୁ ମଧ୍ୟ ଜବତ ହୋଇଛି। ପ୍ରକାଶ ଥାଉ କି ଗୋଟିଏ ପିକଅପ ଗାଡ଼ି ବା
GORU GADI UDHAR, 18 GORU UDHAR


ଭଦ୍ରକ, ୧୩ ନଭେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଧୁଷୁରୀ ଥାନା ଅଧିନ ଗୋବିନ୍ଦପୁର ପଂଚାୟତ କୋରୁଆ କେନାଲ ଉପରେ ଗୋ ଚାଲାଣ ବେଳେ ଗୋଟିଏ ପିକଅପ ଗାଡ଼ି ଜବତ ହୋଇଛି। ଏହି ଗାଡ଼ିରୁ ୧୮ ଟି ଗୋରୁ ଉଦ୍ଧାର କରାଯାଇଛିଓ ଦୁଇ ଟି ମୃତ ଗୋରୁ ମଧ୍ୟ ଜବତ ହୋଇଛି। ପ୍ରକାଶ ଥାଉ କି ଗୋଟିଏ ପିକଅପ ଗାଡ଼ି ବାରିକପୁର ଦିଗରୁ ଗୋରୁ ନେଇ ଯାଉଥିଲା। ଗୋ ରକ୍ଷକମାନେ ଗାଡ଼ିଟିକୁ ପଛରୁ ଫଲୋ କରୁଥିଲେ। ଗୋବିନ୍ଦପୁର ବଜାର ନିକଟ କୋରୁଆ କେନାଲ କଡ଼ରେ ଗାଡ଼ିଟି ଦବି ଯାଇ ଅଟକିଯାଇଥିଲା। ସେ ସମୟରେ ଅନ୍ୟ ଗୋଟିଏ ଗୋ ଚାଲାଣ ଗାଡ଼ି ମଧ୍ୟ ଫେରାର ହୋଇଯାଇଥିଲା। ଏହି ସୁଯୋଗରେ ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଥିଲା। ଖବର ପାଇ ଧୁଷୁରୀ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ଦୁଇଟି ଗୋରୁ ମୃତ ଓ ଦୁଇଟି ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଏଥିରେ କିଛି ବୁଲା ଷେଣ୍ଢ ଥିବା ଜଣାଯାଇଛି। ଜୀବିତ ଗୋରୁ ଗୁଡ଼ିକୁ ଗୋଶାଳାକୁ ପଠାଇ ଦିଆଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande