ଆଇସିଏମଆର - ଆଇଏମଏମଟିରେ କୋହୋର୍ଟ କନେକଟ ଜାତୀୟ କର୍ମଶାଳା ଆୟୋଜିତ
ଭୁବନେଶ୍ୱର,୧୩ ନଭେମ୍ବର (ହି.ସ)- ଆଇସିଏମଆର - ଆଇଏମଏମଟିରେ ଆୟୋଜିତ ହୋଇଛି କୋହୋର୍ଟ କନେକଟ ଜାତୀୟ କର୍ମଶାଳା । ଏହି କାର୍ଯ୍ୟକ୍ରମ ନାମ୍ଭେମ୍ବର ୧୩ ଓ ୧୪ ତାରିଖ ଦୁଇଦିନ ଧରି ଚାଲିବ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରୀୟ ମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ ଯୋଗ ଦେଇ ଆଜି ଏହି କାର୍
ଆଇସିଏମଆର - ଆଇଏମଏମଟିରେ କୋହୋର୍ଟ କନେକଟ ଜାତୀୟ କର୍ମଶାଳା ଆୟୋଜିତ


ଭୁବନେଶ୍ୱର,୧୩ ନଭେମ୍ବର (ହି.ସ)- ଆଇସିଏମଆର - ଆଇଏମଏମଟିରେ ଆୟୋଜିତ ହୋଇଛି କୋହୋର୍ଟ କନେକଟ ଜାତୀୟ କର୍ମଶାଳା । ଏହି କାର୍ଯ୍ୟକ୍ରମ ନାମ୍ଭେମ୍ବର ୧୩ ଓ ୧୪ ତାରିଖ ଦୁଇଦିନ ଧରି ଚାଲିବ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରୀୟ ମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ ଯୋଗ ଦେଇ ଆଜି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଡିଜିଟାଲ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେଇ ଏହି କର୍ମଶାଳା ଆୟୋଜିତ ହେଉଛି । ବିକଶିତ ଭାରତ ୨୦୪୭ କୁ ଆଖି ଆଗରେ ରଖି ବ୍ୟକ୍ତିଗତ ଔଷଧ ବାହାର କରିବା ପାଇଁ ଗବେଷଣା କରୁଛି ସିଏସଆଇଆର। ଏ ନେଇ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ପାଇଲେଟ ପ୍ରଜେକ୍ଟ ଭାବରେ ଗବେଷଣା ଆରମ୍ଭ ହୋଇଛି ସିଏସଆଇଆର। ବର୍ତମାନ ଦଶହଜାର ଲୋକଙ୍କୁ ନେଇ ଏହି ଗବେଷଣା କରାଯାଉଛି। ଭାରତରେ ଡାଇବେଟିସ, ହୃଦୟ ଜନିତ ରୋଗ ବେଶ ଅଧିକ ଅଛି । ଏହାର କାରଣ କଣ, କେଉଁ ଔଷଧ ଖାଇବା ଦରକାର ବା ବିନା ଔଷଧ ରେ କିଭଳି ଏହାକୁ ଠିକ କରିହେବ, ତାହାକୁ ନେଇ କଣ ସବୁ ଗବେଷଣା କରାଯାଉଛି ତାହାକୁ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। କାର୍ଯ୍ୟକ୍ରମରେ ଆଇସିଏମଆର - ଆଇଏମଏମଟି ନିର୍ଦ୍ଦେଶକ ରାମାନୁଜ ନାରାୟଣ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବୈଜ୍ଞାନିକ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟା ର ବ୍ୟବହାର ଏବଂ ପ୍ରସେଶିଂ ପ୍ରଯୁକ୍ତିବିଦ୍ୟା ର ଉନ୍ନତି ପାଇଁ ଦୁଇଟି ଚୁକ୍ତିନାମା ଉଭୟ ମହାରାଷ୍ଟ୍ର ଓ ଗୋଆ ସରକାର ଙ୍କ ସହ ସ୍ୱାକ୍ଷର କରାଯାଇଛି । ଏହି ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରୀୟ ମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ବିକଶିତ ଭାରତ ଲକ୍ଷ୍ୟକୁ ଆଗକୁ ବଢ଼ାଇବାକୁ ସହାୟକ ହେବ ଏହି ଜାତୀୟ ଆଲୋଚନାଚକ୍ର ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande