
କେନ୍ଦୁଝର, ୧୩ ନଭେମ୍ବର (ହି.ସ.)- ଚଳିତ ବର୍ଷ ରାଜ୍ୟ ହ୍ୟାଣ୍ଡବଲ ସଂଘ ଆନୁକୁଲ୍ୟରେ ପୁରୀ ଠାରେ ୩୮ ତମ ଆନ୍ତଃରାଜ୍ୟ ସିନିୟର ପୁରୁଷ ଓ ମହିଳା ହାଣ୍ଡବଲ ଚମ୍ପିଆନସିପ ଅନୁଷ୍ଠିତ ହେବାକୁ ଯାଉଛି । ଯାହା ଚଳିତ ମାସ ୧୪ ତାରିଖରୁ ୧୬ ତାରିଖ ତିନି ଦିନ ଧରି ଚାଲିବ । ଯେଉଁଥିରେ ରାଜ୍ୟର ସମସ୍ତ ଜିଲ୍ଲାର ପୁରୁଷ ଓ ମହିଳା ଦଳ ଭାଗ ନେବେ । ଏହି ଖେଳରେ ଯେଉଁ ଖେଳାଳୀମାନେ ଭଲ ଖେଳ ପ୍ରଦର୍ଶନ କରିବେ ସେମାନେ ଆଗାମି ଓଡିଶା ଦଳରେ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବେ । ଏଥିପାଇଁ କେନ୍ଦୁଝରର ପୁରୁଷ ଓ ମହିଳା ଦଳ ଏହି ଖେଳରେ ଭାଗ ନେବାକୁ କୋଚ . ପ୍ରଣୟ କୁମାର ପାଣି ଓ ରବିନ୍ଦ୍ର ବାରିକଙ୍କ ତତ୍ଵାବଧାନରେ ଦଳ ପୁରୀ ଯାତ୍ରା କରିଛି । ପ୍ରତ୍ୟେକ ଦଳରେ ଜାତୀୟ ସ୍ତରର ଖେଳାଳୀ ଅଛନ୍ତି । ଦଳ ଭଲ ପ୍ରଦର୍ଶନ କରିବ ବୋଲି ସଭାପତୀ ଇଂ. ବସନ୍ତ ଦାନୀ ଓ ସମ୍ପାଦକ ରିତିକ ଅଧିକାରୀ କହିଛନ୍ତି ।
ଏହି ଦଳ ସାଙ୍ଗରେ ଅଫିସିଆଲ ଭାବରେ ଶୁକଦେବ ନାଏକ, ସମ୍ମିତା ବିଶ୍ଵାଳ ଓ ମମତା ନାଏକ ମଧ୍ୟ ପୁରୀ ଗସ୍ତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA